Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ


ବଲାଙ୍ଗୀର : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ଓଡିଶା ପଶ୍ଚିମ ପ୍ରାନ୍ତର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ମୁଖ୍ୟବକ୍ତା ରୂପେ ମଂଚାସିନ ଥିଲେ । କସ୍ତୁରୀ ରଥଙ୍କ ସଂଯୋଜନାରେ ପ୍ରଥମେ ମାଁ ସରସ୍ୱତୀଙ୍କ ଫଟୋରେ ମାଲ୍ୟାର୍ପଣ ପରେ ସଦସ୍ୟ ଗୋପାଳ ଚନ୍ଦ୍ର ପ୍ରଧାନ ଧେୟବାକ୍ୟ ଓ ଶ୍ଲୋକ ପାଠ କରିଥିଲେ । ରାଷ୍ଟ୍ରୀୟ ପୁନରୁଥାନ ପାଇଁ ଶିକ୍ଷାରେ ଭାରତୀୟତା ଓ ଭାରତୀୟ ସଂସ୍କୃତିକୁ ଫେରାଇ ଆଣିବାକୁ ହେଲେ ମର୍ଯ୍ୟଦା ପୁରୁଷ ଶ୍ରୀରାମଙ୍କ ଭାତୃ ପ୍ରେମ ଓ ଏକ ପରିବାର ଭାବଧାରାକୁ ଆଗେଇ ନେବା ପାଇଁ ଶ୍ରୀ ମିଶ୍ର କହିଥିଲେ । ଆଜିର ଯୁବ ସମାଜକୁ ଆଗେଇ ଆସି ଭାରତୀୟ ସଂସ୍କୃତିକୁ ବଂଚାଇ ରଖିବାକୁ ଆଗେଇ ଆସିବା ପାଇଁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ । ଏ ଅବସରରେ ପୂର୍ବତନ ପ୍ରାନ୍ତ ସଂପାଦକ ଗୋବିନ୍ଦ ମିଶ୍ର, ବରିଷ୍ଠ ସଂଗଠକ ବିରଂଚି ଦାଶ ଓ ମହିଳା ପ୍ରକୋଷ୍ଠ ନେତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ଉପଢୈାକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ପ୍ରାନ୍ତ ସଦସ୍ୟା ସୁଶ୍ରୀ ସଂଯୁକ୍ତା ପରିଚ୍ଛା ସାଂଗଠାନିକ ଦକ୍ଷତା ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଗିରିଜା ଭୂଷଣ ରଥ, ଧିରେନ୍ଦ୍ର ନାରାୟଣ ସିଂଦେଓ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ଭବାନୀ ଶଙ୍କର ପଟେଲ, ସମ୍ବାଦିକ ଆକୁଳ ବେହେରା, ମାଳତି ଉଦ୍‌ଗାତା, ଯୁଧିଷ୍ଟିର ମିଶ୍ର, ନିହାରିକା ମିଶ୍ର, ଦିବାକର ହୋତା, ମଲିଆ ଗଡୁଆ, ଥମିର ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply