Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ଦରବାରରେ ଓଡ଼ିଆର ଟେକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ଦରବାରରେ ଓଡ଼ିଆର ଟେକ


ପାରଳାଖେମୁଣ୍ଡି: ଅଯୋଧ୍ୟାରେ ରାମଲଲ୍ଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏଥିରେ ପାରଳାର ବୈଜ୍ଞାନିକ ଅଭିଷେକ ଅଯୋଧ୍ୟା ରାମ ମନ୍ଦିର ସୂର୍ଯ୍ୟତିଲକର ମୁଖ୍ୟ ବିନ୍ଧାଣୀ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ଅଭିଷେକ ଓଡ଼ିଆଙ୍କ ଟେକକୁ ଅକ୍ଷୁର୍ଣ୍ଣ ରଖିପାରିଛନ୍ତି । ୨୨ରେ ଏହାର ପ୍ରତିଷ୍ଠା ଉତ୍ସବ ହେବ । ରୁର୍‌କୀସ୍ଥିତ ସେଣ୍ଟ୍ରାଲ୍ ବିଲିଂ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ସିବିଆରଆଇ) ତତ୍ତ୍ୱାବଧାନରେ ଭବ୍ୟ ମନ୍ଦିର ନିର୍ମାଣ ଚାଲିଛି । ସିବିଆର୍‌ଆଇର ବୈଜ୍ଞାନିକଙ୍କ ଅକ୍ଲାନ୍ତ ପରିଶ୍ରମରେ ଏକ ଚମତ୍କାର ସଂଯୋଗ ସୃଷ୍ଟି କରାଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମଙ୍କୁ ତାଙ୍କ ଜନ୍ମଦିନରେ ‘ସୂର୍ଯ୍ୟ ତିଲକ୍‌’ରେ ଅଭିଷେକ କରିବାର ବନ୍ଦୋବସ୍ତ ହୋଇଛି । ଯାହାଦ୍ୱାରା ଭଗବାନ ଶ୍ରୀରାମଙ୍କ ମସ୍ତକରେ ୩ରୁ ୪ ମିନିଟ୍ ଧରି ସୂର୍ଯ୍ୟଙ୍କ କିରଣ ତିଲକ୍ ଆକାରରେ ଦୃଶ୍ୟମାନ ହେବ.ରାମଲଲ୍ଲାଙ୍କ ପାଇଁ ଏହି ଚମତ୍କାର ଅଭିଷେକର ପରିକଳ୍ପନା ପଛରେ ରହିଛନ୍ତି ଜଣେ ଓଡ଼ିଆ । ସେ ହେଉଛତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜନ୍ମିତ ଏବଂ ସିବିଆରଆଇର ମୁଖ୍ୟ ବୈଜ୍ଞାନିକ ତଥା ମନ୍ଦିର ନିର୍ମାଣର ପ୍ରମୁଖ ଅନୁସନ୍ଧାନକାରୀ ଡ ସରୋଜ କୁମାର ପାଣିଗ୍ରାହୀ । ଡ ପାଣିଗ୍ରାହୀ ରାମଲଲ୍ଲାଙ୍କ ସୂର୍ଯ୍ୟ ତିଲକ୍ ଅଭିଷେକର ମୁଖ୍ୟ ବିନ୍ଧାଣୀ ସାଜିଛନ୍ତି ।ଡ. ପାଣିଗ୍ରାହୀଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ପାରଳାଖେମୁଣ୍ଡିରେ ତାଙ୍କର ସ୍କୁଲ୍ ଓ କଲେଜ ସମୟ ବିତିଛି । ଏହା ପରେ ବୁର୍ଲା ଭିସୁଟ୍‌ରେ ବିଟେଲ୍‌ର, ଆଇସି ରାଉରକେଲାରେ ଏମ୍ ଟେକ୍ ଏବଂ ଆଇଆଇଟି ରୁର୍‌କୀରୁ ପିଏଚ୍‌ଡି ପରେବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ ସିବିଆର୍୍‌ଆଇର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟରତ ।

Leave a Reply