Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହନୁମାନ ଜୟନ୍ତୀରେ ରକ୍ତଦାନ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହନୁମାନ ଜୟନ୍ତୀରେ ରକ୍ତଦାନ ଶିବିର

ଭୁବନ – ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ରବିବାର ଦିନ ନେତାଜୀ ପ୍ରଭାତ ଶାଖା, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆର୍ ଏସ୍ ଏସ୍‌) ଅନଳ, ଭୂବନ, ଢେଙ୍କାନାଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳ ଭାବେ ଆୟୋଜିତ ହୋଇଯାଇଅଛି ।ଏହି ରକ୍ତଦାନ ଶିବିରରେ ଆର୍ ଏସ୍ ଏସ୍ ୫୬ ଜଣ ସ୍ୱୟଂସେବକ ରକ୍ତଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପ୍ରେମାନନ୍ଦ ସାହୁ, ଷ୍ଟାଫ୍ ନର୍ସ ବିନୋଦିନୀ ଯୋଗାନୀଆ, ଲାବ୍ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ଆଟେନଡାଂଟ ବରୁଣ ସାହୁ, ଆଟେନଡାଂଟ ତପନ ଜେନା, ଆଟେନଡାଂଟ ଅଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ସ୍ୱୟଂ ସେବକ ମଳୟ ରଞ୍ଜନ ସାହୁ, ଦିପକ୍ କୁମାର ସାହୁ, ଦିଲ୍ଲୀପ୍ କୁମାର ନାୟକ, ଚିନ୍ମୟ କୁମାର ସାହୁ, ଗୁଡୁ ସାହୁ, ପିଂଟୁ ସାହୁ, ରିଂଟୁ ପରିଡା, ସୋନୁ ସେଠୀ, ଜ୍ଞାନ ସାହୁ, ବାପିନା ପରିଡା, ଟୁବୁ ପରିଡା, ସିଦ୍ଧାର୍ଥ ସାହୁ, କୁନୁ ପୃଷ୍ଟି ପ୍ରମୁଖ ଏହି ରକ୍ତଦାନ ଶିବିରକୁ ସଫଳ ରୂପେ ପରିଚାଳନା କରିଥିଲେ । ସ୍ୱୟଂସେବକ ମାନଙ୍କ ଏଇଭଳି ଜନ ସେବା କାର୍ଯ୍ୟକ୍ରମ ପାଇଁ ଅଂଚଳବାସି ପ୍ରଶଂସା କରିଥିବା ଜଣାପଡିଛି ।

Leave a Reply