ବୋଲଗଡ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ

ବୋଲଗଡ: ବୋଲଗଡ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ରାଷ୍ଟ୍ରୀୟ ନବ ବର୍ଷ ଉତ୍ସବ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ନବ ବର୍ଷ ପାଳିତ ବୈଠକରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୂଜାତ ନାରାୟଣ ଶାନ୍ତିକାମୀ ସଭାପତିତ୍ୱ କରି ପ୍ରାରମ୍ଭରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ବୋଲଗଡ ବ୍ଲକ ସଂଯୋଜକ ରାମଚନ୍ଦ୍ର ସାହୁ, ବୋଲଗଡ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି ନାରାୟଣ ସାହୁ, ନାରାୟଣ ରଣସିଂହ, ଗାନ୍ଧୀ କୁମାର ସାହୁ ସମେତ ବୋଲଗଡ ସଂସ୍କୃତି ସୁରକ୍ଷା ସମିତିର ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା କୁଟୁମ୍ବ ପ୍ରବୋଧାନ ସଂଯୋଜକ ନିରଞ୍ଜନ ପରିମାଣିକ ରାଷ୍ଟ୍ରୀୟ ନବ ବର୍ଷ ଉପରେ ବୌଦ୍ଧିକ ଜ୍ଞାନ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବ୍ଲକ ସଭାପତି ,ଉପ ସଭାପତି, ଖୋର୍ଦ୍ଧା ଜିଲ୍ଲା ଓ ବୋଲଗଡ଼ ଖଣ୍ଡର ଶତାଧିକ ସ୍ୱଂୟ ସେବକମାନେ ମିଳିତ ଭାବେ ବାଇକରେ ଗେରୁଆ ପତାକା ଲଗାଇ ବୋଲଗଡ଼ ଶିଶୁ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ଟିକାତାଳ ଠାରେ ପହଞ୍ଚି ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *