Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ


ଢେଙ୍କାନାଳ : ଓଡାପଡା ବ୍ଲକ୍ ଅନ୍ତର୍ଗତ, ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆର୍ଚାଯ୍ୟ ଦୁର୍ଗାଚରଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମଂଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ପ୍ରଧାନ ଆଚାର୍ଯ୍ୟ ଭାରତୀୟ ସଂସ୍କୃତି ପରମ୍ପରା, ସାଂପ୍ରତିକ ପରିସ୍ଥିତିରେ ବୈଦେଶିକ ଶିକ୍ଷାର କୁ ପରମ୍ପରା, ଭାରତୀୟ ଶିକ୍ଷାର ମହତ୍ୱ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ବିଦ୍ୟାଳୟ ସହ-ପ୍ରଧାନ ଆଚାର୍ଯ୍ୟ ଗଗନ ବିହାରୀ ନାୟକ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷର ବିଶେଷତ୍ୱ, ନବବର୍ଷର ମହତ୍ୱ, ହିନ୍ଦୁ ଧର୍ମର ବୈଜ୍ଞାନିକତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ବିର୍ଣ୍ଣାଢ୍ୟ ଉତ୍ସବରେ ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି ଉତ୍ସବରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମୋନାଲିସା ଗୁରୁମା, କ୍ଷୀରାବ୍ଧୀ ତନୟା ଗୁରୁମା ନିର୍ମଳ ଗୁରୁଜୀ, ତପସ୍ୱନୀ ଗୁରୁମା, ରଶ୍ମିତା ବେହେରା ଗୁରୁମା, ସତ୍ୟପ୍ରିୟା ଗୁରୁମା, ଅଶାନ୍ତି ଗୁରୁମା, ସସ୍ମିତା ଗୁରୁମା, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବରିଷ୍ଠ ଗୁରୁଜୀ ରଂଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply