Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ରଜବିହାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ହିନ୍ଦୁ ନବବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ରଜବିହାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ହିନ୍ଦୁ ନବବର୍ଷ

ଭବାନୀପାଟଣା: ସ୍ଥାନୀୟ ବ୍ରଜବିହାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଭବାନୀପାଟଣାଠାରେ ଚୈତ୍ର ପ୍ରତିପଦା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିକାଶ ସମିତିର ପୁରାତନ ପ୍ରାନ୍ତ ସଂଗଠନ ଚକ୍ରଧର ଠାକୁର । ଶିଶୁ ଭାଇଭଉଣୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯିବା ସହ ଏହି ପବିତ୍ର ଦିବସ ସମ୍ପର୍କରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମତାମତ ବକ୍ତୃତା ମାଧ୍ୟମରେ ରଖିଥିଲେ । ରଶ୍ମିତା ପଣ୍ଡାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କୌସ୍ତୁଭମଣି ବାଗ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଅୟସକାନ୍ତ ପତି । ମୁଖ୍ୟ ଅତିଥି ଆଜିର ଦିବସକୁ ନେଇ ଅନେକ ତଥ୍ୟ ପ୍ରଦାନ କରିବା ସହ ‘ସାଂପ୍ରତିକ ସମୟରେ ଏହି ପବିତ୍ର ଦିନର ମହତ୍ୱ ବା ଗୁରୁତ୍ୱ ଆଉ ରହୁନାହିଁ । ଆମେ ସମସ୍ତେ ହିନ୍ଦୁ ନବବର୍ଷକୁ ଭୁଲି ଜାନୁଆରୀ ୧ ତାରିଖରେ ନବବର୍ଷକୁ ବେଶୀ ଗୁରତ୍ୱ ଦେଉଛୁ\’ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ ଏବଂ ପ୍ରଧାନାଚାର୍ଯ୍ୟ କୁଞ୍ଜବିହାରୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉତ୍ତମ ରୂପେ ସମ୍ପାଦିତ ହୋଇଥିଲା

Leave a Reply