Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା’ ଖମ୍ବେଶ୍ୱରୀଙ୍କ ଚୈତ୍ର ପର୍ବ ହାଜର ହଜାର ପିଲାଙ୍କ ମୁଣ୍ଡନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ ଖମ୍ବେଶ୍ୱରୀଙ୍କ ଚୈତ୍ର ପର୍ବ ହାଜର ହଜାର ପିଲାଙ୍କ ମୁଣ୍ଡନ

ଆସିକା: ଚୈତ୍ର ମାସ ମଙ୍ଗଳ ବାର ଆସିଲେ ଆସିକାର ଆରାଧ୍ୟ ଦେବୀ ତଥା ଗଞ୍ଜାମ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ରୁପେ ପରିଚିତ ଅଧିଷ୍ଠାତ୍ରୀ ମାଁ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ବିଶ୍ୱାସ ଅଛି ଆସିକାର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପିଠରେ ଜନ୍ମିତ ଛୁଆ ପିଲାଙ୍କ ମୁଣ୍ଡନ କଲେ ଅଭିଷ୍ଟ ସିଦ୍ଧି ପ୍ରାତ ହୁଏ । ଏକଥା କେଉଁ ଆବାହନମାନ କାଳରୁ ପ୍ରଚଳିତ ହୋଇ ଆସିଛି । ତେଣୁ ଏହି ମାସର ପ୍ରତେକ ମଙ୍ଗଳବାରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନଙ୍କ ଭିଡ ଜମିଥାଏ । ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ଆସିକା ବିଜେ ଖମ୍ବେଶ୍ୱରୀ ଠାକୁରାଣୀ ଲକ୍ଷାଧିକ ଲୋକଙ୍କ ଇଷ୍ଟ ଦେବୀ ଅଟନ୍ତି ମା’ଙ୍କ ଯଶ ଓ ଖ୍ୟାତି ଅପାର ଅଟେ । ତେଣୁତ ମା’ଙ୍କର ଚୈତ୍ର ପର୍ବ ଆରମ୍ଭ ହେଲା କ୍ଷଣି କାହିଁ କେତେ ଦୂରରୁ ଦଉଡ଼ି ଆସନ୍ତି ଭକ୍ତ ଏହି ପୀଠକୁ । ବିପଦ ଆପଦ ସମୟରେ ମା’ଙ୍କୁ ସ୍ମରଣ କଲେ ସମସ୍ତ ଦୁଃଖ ଓ କଷ୍ଟ ଏଡେଇ ଯାଏ ସେ ବିଶ୍ୱାସକୁ ଭରଷା କରି ଭକ୍ତ ଅପାର କୃପା ଲାଭ କରିବା ପାଇଁ ପୀଠରେ ସ୍ୱରଣ ଯାଆନ୍ତି । ଆଉ କିଏ କିଏ ପରିବାର ଓ ବନ୍ଧୁ ବାନ୍ଧବକୁ ଧରି ଭୋଗ ରାଗ କରି ପ୍ରସାଦ ସେବନ କରନ୍ତି । ମା’ଙ୍କୁ ଡାକିଲେ ଓ କରନ୍ତି, ଆପଦ ବିପଦ ସମୟରେ ମା’ଙ୍କୁ ସୁମରଣା କଲେ ଉଭା ହୋଇ ସବୁ ବିପଦ ଦୂର ହୋଇଥାଏ ବୋଲି ଭକ୍ତ ମାନଙ୍କ ଅଘାଢ଼ ବିଶ୍ୱାସ ରହିଛି । ତେଣୁତ ଚୈତ୍ର ମାସ ହେଲାଣି କାହିଁ କେତେ ଦୂରରୁ ମା’ଙ୍କ ପୀଠକୁ ଦଉଡି ଥାନ୍ତି ଭକ୍ତ । ମାଆଙ୍କର ଚୈତ୍ର ପର୍ବର ମହତ୍ତ୍ୱ ଏତେ ଭରି ରହିଛି ଯେ ତାଙ୍କର ପୂଜା ଓ ପଦ୍ଧତି ମଧ୍ୟ ସ୍ୱତନ୍ତ୍ର ଅଟେ । ପ୍ରାତଃ କାଳରୁ ମା’ଙ୍କର ଦ୍ୱାରଫିଟା ନୀତି ପରେ ମହାସ୍ନାନ, ବାଳ ଭୋଗ ଆଳତି ପରେ ଠାକୁରାଣୀଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ମଧ୍ୟାହ୍ନରେ ଅନ୍ନ ଭୋଗ ପହଡ଼, ସନ୍ଧ୍ୟାରେ ସନ୍ଧ୍ୟା ଆଳତି ରାତ୍ରରେ ଅନ୍ନ ଭୋଗ ହେବା ପରେ ନଗର ପରିକ୍ରମାରେ ଠାକୁରାଣୀ ଯାଇ ମଧ୍ୟ ରାତ୍ରରେ ଗମ୍ଭୀରକୁ ଫେରନ୍ତି । ଦିନ ତମାମ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ କମିଟି ପକ୍ଷରୁ ସୁ ବନ୍ଦୋବସ୍ତ କରାଯାଇଛି । ଭକ୍ତି ଓ ଭାବନାର ପ୍ରତୀକ ଆସିକାର ମା ଖମ୍ବେଶ୍ୱରୀ ।

Leave a Reply