Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉତ୍ସାହ ଉଦ୍ଦୀପନାରେ ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉତ୍ସାହ ଉଦ୍ଦୀପନାରେ ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ


ଭଦ୍ରକ: ଐତିହାସିକ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ପରସିଙ୍ଗା ପଞ୍ଚାୟତର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଗୋ ମାତା ଓ ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ମଠ ମନ୍ଦିରରୁ ଆଗତ ୫୦ରୁ ଉର୍ଦ୍ଧ୍ୱ ସାଧୁ ସନ୍ଥ ସନ୍ନ୍ୟାସୀ ଏବଂ ୩୦ରୁ ଉର୍ଦ୍ଧ୍ୱ ଗୋ ମାତାଙ୍କର ପୂଜନ କରାଯାଇଥିଲା । ପୂର୍ବାହ୍ନରେ ଗାନ୍ଧୀ ପଡ଼ିଆଠାରେ ଭୂମି ପୂଜନ ସରିବା ପରେ ସାଧୁ ସନ୍ଥଙ୍କୁ ସ୍ୱାଗତ କରି ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୂଜନ ସ୍ଥଳୀକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା । ସାଧୁସନ୍ଥଙ୍କ ଦ୍ୱାରା ଗୋ ମାତାଙ୍କୁ ପୂଜନ କରାଯିବା ସହିତ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳନ କରାଯାଇଥିଲା । ଉତ୍କୃଷ୍ଟ ଗୋ ମାତାଙ୍କୁ ଚିହ୍ନଟ କରାଯାଇ ଏହାର ପାଳକଙ୍କୁ ସମ୍ମାନୀତ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସାଧୁସନ୍ଥ ମାନେ ଏରେଇଁ ପରସିଙ୍ଗା ପଞ୍ଚାୟତରେ ପହଞ୍ଚିବା ପରେ ମହିଳା ମାନେ ଫୁଲ, ଚନ୍ଦନ ଦେଇ ଶଙ୍ଖ ହୁଳୁ ହୁଳି ପକାଇ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇ ଯାଇଥିଲେ । ବରିଷ୍ଠ ଉପଦେଷ୍ଟା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ସନ୍ଥ ସଭାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥ ମାନେ ଉକ୍ତ ସଭାରେ ଉପସ୍ଥିତ ରହି ଆଶିର୍ବଚନ ପ୍ରଦାନ କରିବା ସହ ଗୌରବ ମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ ମାହାତ୍ମ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପଣ୍ଡିତ ବିରେନ୍ଦ୍ର ପଣ୍ଡା, ସନ୍ଥ ମାନଙ୍କ ମଧ୍ୟରେ ସ୍ୱାମୀ ଆଶ୍ରୟାନନ୍ଦଜୀ ମହାରାଜ, ବାବା ଦଣ୍ଡଧାରି ମହାରାଜ ହିନ୍ଦୁ ସମାଜ, ହିନ୍ଦୁତ୍ୱ, ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ, ଗୋ ସେବା ଆଦି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ବରିଷ୍ଠ ଆଇନଜୀବି ନିତ୍ୟାନନ୍ଦ ନାୟକ, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚୋନ ନାୟକ, କହ୍ନେଇ ଚରଣ ଦାସ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମ୍ପାଦକ ଆଇନଜୀବି ତୁଷାର କାନ୍ତ ଦାସ, ସ୍ୱରୂପାନନ୍ଦ ମହାପାତ୍ର, ସ୍ୱାଧୀନ ସୁନ୍ଦର ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବ ଶଙ୍କର ଦାସ, ସମିତିର ଉପଦେଷ୍ଟା ତଥା ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ବରିଷ୍ଠ ଉପଦେଷ୍ଟା ଦୀନବନ୍ଧୁ ପତି, ରଘୁନାଥ ସାହୁ, ଡା. ଦେବରାଜ ପାତ୍ର, ଭଦ୍ରକ ବ୍ଲକ ଶ୍ରୀରାମ ମହାଯଜ୍ଞ ସମିତି ସଂଯୋଜନା ମଣ୍ଡଳୀର ସଂଯୋଜକ ବୃନ୍ଦାବନ ଜେନା, ସହ ସଂଯୋଜକ ଅନିଲ ବେହେରା ଏବଂ ମାନସ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ସାଧୁସନ୍ଥ ପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ରାମଚନ୍ଦ୍ର ପଣ୍ଡା, ଭୁବନାନନ୍ଦ ମିଶ୍ର, ସଞ୍ଜୀବ ମହାନ୍ତି, ବସନ୍ତ ଦାସ, ଅଲେଖ ଦାସ, ଅମୂଲ୍ୟ ବେହେରା, ବିଶେଶ୍ୱର ମହାନ୍ତି, ପଞ୍ଚାନନ ସାହୁ, ଗୌରାଙ୍ଗ ନାୟକ ପ୍ରମୁଖ ସହଯୋଗ କରିଥିଲେ

Leave a Reply