ନାଲକୋ ନଗରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାଆଡମ୍ବରରେ ପାଳନ


ବଅଁରପାଳ : ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁଙ୍କ ଉପସ୍ଥିତିରେ ବିବେକାନନ୍ଦ ପ୍ରଭାତ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରୁ ରାତ୍ର ପର୍ଯ୍ୟନ୍ତ ହିନ୍ଦୁ ନବବର୍ଷ ନାଲକୋ ଅଞ୍ଚଳରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଆଦ୍ୟ ସର ସଂଘ ଚାଳକଙ୍କୁ ପ୍ରଣାମ ଦିଆଯାଇଥିଲା । ବହୁ ସଂଖ୍ୟାରେ ସ୍ୱୟଂ ସେବକ ସ୍ମେଲ୍ଟଟର ପଂଚି ମେସିନ ନିକଟରେ ପହଞ୍ଚି ପ୍ରବେଶ ପଥରେ କାର୍ଯ୍ୟରତ ଶ୍ରମିକ ଭାଇ ମାନେ ମଥାରେ ପୁଷ୍ପ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ସମସ୍ତଙ୍କ ଘରେ କଳସ ସ୍ଥାପନ, ଚିତ୍ତା ପଡିବା, ଧ୍ୱଜ ଉଡିବା, ଦୀପ ଜାଳିବା ଏବଂ ଗୋ ମାତାଙ୍କୁ ପୂଜା କରିବା ଦେଖାଯାଇଥିଲା । ସନ୍ଧ୍ୟାରେ ଭାରତ ମାତା ମନ୍ଦିର ପରିସରରେ ଏକ ଭବ୍ୟ ଆୟୋଜନ ହୋଇଥିଲା । ପ୍ରାକ୍ତନ ରାଜ୍ୟ ସହ ସଂଘ ଚାଳକ ହେମନ୍ତ କୁମାର ଧର ଯୋଗଦେଇ ନିଜ ବୌଦ୍ଧିକ ମାଧ୍ୟମରେ ଆଧୁନିକ ଯୁବକ ମାନେ ନଗ୍ନ ପାଶ୍ଚାତ୍ୟ ସଭ୍ୟତାକୁ ଭୁଲି ରୀତି ନୀତିରେ ଭରପୁର ସଂସ୍କୃତିର ମୁଖ୍ୟ ଗୀତାକୁ ପଠନ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରଭାତ କୁମାର ସାହୁ ନିଜ ବୌଦ୍ଧିକ ମାଧ୍ୟମରେ ଇଂରାଜୀ ନବ ବର୍ଷକୁ ଭୁଲି ନବ ବର୍ଷର ଅବ୍ୟବହିତ ପୂର୍ବରୁ ପ୍ରକୃତି କୋଳରେ ନବ ପଲ୍ଲିବିତ, ନବ ପୁଷ୍ପରେ ପରିପୂର୍ଣ୍ଣ ବୃକ୍ଷରାଜିର ଶୋଭା ବର୍ଦ୍ଧନବେଳେ ଏହା ଚୈତ୍ର ଶୁକ୍ଳ ପ୍ରତିପଦାରେ ପଡିଥାଏ । ଏହା ଆମ ପାଇଁ ଅତ୍ୟନ୍ତ ଗୌରବ ବୋଲି କହିଥିଲେ । ଶତାଧିକ ପରିବାର ଏଥିରେ ଏକାଠି ହୋଇ ସହ ଭୋଜନ କରିଥିଲେ । ଭାରତୀୟ ମଜଦୂର ସଂଘର ରାଜ୍ୟ କୋଷାଧ୍ୟକ୍ଷ ସଞ୍ଜୟ କୁମାର ଦେହୁରୀଙ୍କ ସମେତ ପର୍ଶୁରାମ ସ୍ୱାଇଁ, ଶ୍ରୀବସ୍ର ଖୁଣ୍ଟିଆ, ଚନ୍ଦ୍ର ଶେଖର ବେହେରା, ଦେବରାଜ ମୁଳିଆଙ୍କ ସମେତ ବହୁ କର୍ମଚାରୀ ତଥା ସ୍ୱୟଂ ସେବକ ଯୋଗ ଦେଇ ଏହାର ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *