Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଭଗବାନଙ୍କୁ ପିନ୍ଧାଗଲା ଅତି ସ୍ୱତନ୍ତ୍ର ବସ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଭଗବାନଙ୍କୁ ପିନ୍ଧାଗଲା ଅତି ସ୍ୱତନ୍ତ୍ର ବସ୍ତ୍ର

ଅଯୋଧ୍ୟା : ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଭଗବାନଙ୍କୁ ଅତି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଯାଇଛି । ଆଜି ଚୈତ୍ର ଶୁକ୍ଲ ପ୍ରତିପଦା ବିକ୍ରମୀ ସଂବତ ୨୦୮୧ ତଥା ଆଜିଠାରୁ ଅଯୋଧ୍ୟାରେ ରାମମନ୍ଦିରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ଆରମ୍ଭ ହୋଇଛି । ଯାହାକି ରାମନବମୀ ଯାଏ ଚାଲିବ । ଏହି ସମୟରେ ଦେଶ-ବିଦେଶରୁ ଲକ୍ଷାଧିକ ସଂଖ୍ୟାରେ ରାମଭକ୍ତ ମନ୍ଦିରରେ ପହଂଚୁଛନ୍ତି । ରାମନବମୀ ଅବସରରେ ପ୍ରଭୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପ୍ରଭୁଙ୍କ ବସ୍ତ୍ରର ଶୈଳୀକୁ ବଦଳାଯାଇଛି । ମୟୂର ଓ ଅନ୍ୟ ବୈଷ୍ଣବ ଚିହ୍ନର ରଙ୍ଗବେରଙ୍ଗ ରେଶମ ସହିତ ଅସଲି ସୂତାରେ ତିଆରି ହୋଇଛି । ଏହି ସ୍ୱତନ୍ତ୍ର ବସ୍ତ୍ର ଶୈଳୀରେ ପ୍ରଭୁ ଶ୍ରୀରାମଙ୍କ ଆଭା ବହୁତ ଆକର୍ଷକ ଓ ସୁନ୍ଦର ଦିଶୁଛି । ଆଜି ଏହି ବସ୍ତ୍ରରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟଦର୍ଶନ କରାଯାଉଛି ।

Leave a Reply