Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାରାମୁଲାରେ ଅନୁପ୍ରବେଶ ଉଦ୍ୟମ, ଉରିରେ ୨ ଆତଙ୍କବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାରାମୁଲାରେ ଅନୁପ୍ରବେଶ ଉଦ୍ୟମ, ଉରିରେ ୨ ଆତଙ୍କବାଦୀ ନିହତ

ବାରାମୁଲା : ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲା ଅନ୍ତର୍ଗତ ଉରି ର ସବୁରା ନାଳ ଅଂଚଳରେ ସୁରକ୍ଷାବଳ ଏକ ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଦୁଇ ଅନୁପ୍ରବେଶକାରୀ ଯବାନ ମାନଙ୍କ ଗୁଳିରେ ନିହତ ହୋଇଛନ୍ତି । ସମ୍ପୃକ୍ତ ଅଂଚଳରେ ବର୍ତମାନ ସୁରକ୍ଷାବଳର ଅଭିଯାନ ଜାରି ରହିଛି । ଜଣେ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ସକାଳେ ସବୁରା ନାଳ ଅଂଚଳରେ ସୁରକ୍ଷାବଳ କିଛି ସନ୍ଦିଗ୍ଧ ବ୍ୟକ୍ତି ଭାରତୀୟ ସୀମାରେ ଅନୁପ୍ରବେଶ କରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ସୁରକ୍ଷା ବଳ ପକ୍ଷରୁ ଟାର୍ଗେଟ୍ କୁ ଲକ୍ଷ୍ୟ କରି ଫାୟରିଂ କରାଯାଇଥିଲା । ଏଥିରେ ଦୁଇ ଜଣ ଅନୁପ୍ରବେଶକାରୀ ନିହତ ହୋଇଥିଲେ । ନିହତ ଦ୍ୱୟଙ୍କ ଶବ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସମ୍ପୃକ୍ତ ଅଂଚଳରେ ସୁରକ୍ଷାବଳର ଅଭିଯାନ ଜାରି ରହିଛି ।

Leave a Reply