Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାଳଦ୍ୱୀପକୁ ସହଯୋଗ କରିବ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାଳଦ୍ୱୀପକୁ ସହଯୋଗ କରିବ ଭାରତ

ନୂଆଦିଲ୍ଲୀ: ମାଳଦ୍ୱୀପକୁ ସହଯୋଗ ଜାରି ରଖିବ ଭାରତ । ମାଲେରେ ଚାଇନାର ହସ୍ତକ୍ଷେପ ଯୋଗୁ ନୂଆଦିଲ୍ଲୀ ସହ ମାଳଦ୍ୱୀପର ସମ୍ପର୍କ ଭଲ ନାହିଁ । ତଥାପି ଭାରତ ମାଳଦ୍ୱୀପକୁ ସହଯୋଗର ହାତ ବଢ଼ାଇଛି । ଭାରତ ପକ୍ଷରୁ ସୀମିତ ପରିମାଣର ଜରୁରୀ ସାମଗ୍ରୀ ଯଥା ଚିନି, ଗହମ, ଚାଉଳ ଓ ପିଆଜ ମାଳଦ୍ୱୀପଙ୍କୁ ରପ୍ତାନୀ କରିବାକୁ ଅନୁମତି ଦିଆଯାଇଛି । ଚାଉଳ, ଚିନି ଓ ପିଆଜ ରପ୍ତାନୀ କରିବାରେ ଭାରତ ସର୍ବାଗେ ରହିଥିଲା । କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏହି ସବୁ ଜରୁରୀ ସାମଗ୍ରୀର ଦାମ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାର ରପ୍ତାନୀ ଉପରେ ଏକାଧିକ କଟକଣା ଲଗାଇଥିଲେ । ଏବେ ସୀମିତ ପରିମାଣ ରପ୍ତାନୀ ମାଳଦ୍ୱୀପକୁ କରିବା ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି । ସରକାର ଗୋଟିଏ ବିଜ୍ଞପ୍ତିରେ କହିଛନ୍ତି, ଏହି ସବୁ ସାମଗ୍ରୀ ୨୦୨୪/୨୫ ଆର୍ôଥକ ବର୍ଷ ଅର୍ଥାତ ଏପ୍ରିଲ ୧ରୁ ମାଳଦ୍ୱୀପକୁ ରପ୍ତାନୀ ହେବ । ଏହା ଉପରେ କୌଣସି ପ୍ରକାରର କଟକଣା ରହିବ ନାହିଁ । ମାଳଦ୍ୱୀପକୁ ୧୨୪, ୨୧୮ ମେଟ୍ରିକ ଟନ ଚାଉଳ, ୧୦୯,୧୬୨ ଟନ ଗହମ, ୬୪,୪୯୪ ଟନ ଚିନି, ୨୧,୫୧୩ ଟନ ଆଳୁ, ୩୫,୭୪୯ ଟନ ପିଆଜ ଓ ୪୨୭.୫ ମିଲିୟନ ଅଣ୍ଡା ରପ୍ତାନୀ କରାଯିବ । ଏହାବାଦ ୧ ମିଲିୟନ ଟନ ଲେଖାଏ ପଥର ଜିନିଷ ଓ ନଦୀ ବାଲି ମଧ୍ୟ ଭାରତ ପଡ଼ୋଶୀ ମାଳଦ୍ୱୀପକୁ ପଠାଇବ । ମାଳଦ୍ୱୀପ ଏକଦା ଭାରତର ଭଲ ବନ୍ଧୁ ଥିଲା । କିନ୍ତୁ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଆସିବା ପରେ ମାଲେ ଅନ୍ୟତମ ପଡ଼ୋଶୀ ଚାଇନା ଆଡ଼କୁ ଢଳିଛି । ଏଥିସହ ଭାରତ ବିରୋଧରେ ମଧ୍ୟ ସ୍ୱର ଶାଣିତ କରିଛ

Leave a Reply