Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହରଡ଼ଘଣାରେ ମାଳଦ୍ୱୀପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହରଡ଼ଘଣାରେ ମାଳଦ୍ୱୀପ

-ସୌମେନ୍ଦ୍ର ଜେନା-

ମାଳଦ୍ୱୀପର ସଂସଦ ମଧ୍ୟରେ ଶାସକ ଏବଂ ବିରୋଧୀ ପକ୍ଷର ସାଂସଦଙ୍କ ହାତାହାତି, ଗଡାତଡା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭାରତକୁ ମାଳଦ୍ୱୀପରେ ବିରୋଧ କରାଯିବା ଘଟଣାକୁ କେନ୍ଦ୍ରକରି ସରକାରୀ ଓ ବିପକ୍ଷ ଦଳର ସାଂସଦଙ୍କ ମଧ୍ୟରେ କଡା ସମାଲୋଚନାରୁ ଲଢେଇ ହୋଇଥିଲା । ଶାସକମେଣ୍ଟ ପିପୁଲସ୍ ନେସନାଲ କଂଗ୍ରେସ ଏବଂ ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଲଡିଭ୍‌ସ ସାଂସଦଙ୍କ ସହ ବିପକ୍ଷ ମାଲଡିଭିଆନ୍ ଡେମୋକ୍ରାଟିକ ପାର୍ଟିର ସାଂସଦଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।ମାଳଦ୍ୱୀପର ସଂସଦ ମଜଲିସର ଚାରିଜଣ ଶାସକଦଳ ସାଂସଦଙ୍କୁ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ କ୍ୟାବିନେଟରେ ଯୋଗଦାନକୁ ବିରୋଧୀଦଳ ପକ୍ଷରୁ ବିରୋଧ କରାଯାଉଛି ।୨୯ ଜାନୁଆରୀ୨୦୨୪ଦିନ ମଜଲିସ୍ ମୁଇଜ୍ଜୁଙ୍କକ୍ୟାବିନେଟର ୧୯ଜଣଙ୍କ ମନ୍ତ୍ରୀଙ୍କନାମକୁ ସ୍ୱୀକୃତି ଦେଇଥିଲେ ହେଁଆଟର୍ଣ୍ଣି ଜେନେରାଲ ଅହମ୍ମଦଉସ୍‌ହାମ୍‌, ଇସଲାମିକ ବ୍ୟାପାର ମନ୍ତ୍ରୀମହମ୍ମଦ ସହିମ ଅଲି ସୟିଦ,ଗୃହନିର୍ମାଣ ମନ୍ତ୍ରୀ ଅଲି ହାଇଦର ଏବଂଅର୍ଥମନ୍ତ୍ରୀ ମହମ୍ମଦ ସୟିଦଙ୍କ ଦାୟିତ୍ୱଗ୍ରହଣକୁ ବିରୋଧ କରାଯାଇଥିଲା ।ମଜଲିସରେ ୮୭ସାଂସଦ ପଦବୀରୁ୮୦ଜଣ ସାଂସଦ ରହିଛନ୍ତି । ଏମ୍‌ଡିପିମେଣ୍ଟର ୫୬ଜଣ ସାଂସଦ ରହିଛନ୍ତି ।ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗଆଣିବା ପାଇଁ ୫୪ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିଲାବେଳେ ୫୬ଜଣ ସାଂସଦ ଏଥିପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଯଦି ସାଂସଦମାନେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆଣନ୍ତି ତେବେ ରାଷ୍ଟ୍ରପତିଙ୍କୁ ୧୪ଦିନ ଉତ୍ତର ଦେବାକୁ ସମୟ ମିଳିବ । ୧୪ଶ ଦିବସରେ ତାଙ୍କୁ ସଂସଦରେ ନିଜ ପକ୍ଷ ରଖିବାକୁ ଏକ ଘଣ୍ଟା ସମୟ ନେବାଲାଗି କୁହାଯିବ । ଏହାପରେ ସଂସଦରେ ମତଦାନ କରାଯିବ । ୫୪ଜଣ ସାଂସଦ ପ୍ରସ୍ତାବ ସପକ୍ଷରେ ମତ ଦେଲେ ମୁଇଜ୍ଜୁଙ୍କୁ କ୍ଷମତାଚ୍ୟୁତ ହେବାକୁ ପଡିବ ।କ୍ଷେତ୍ରରେ ଉପ ରାଷ୍ଟ୍ରପତିଙ୍କୁ ଦାୟିତ୍ୱ ଗ୍ରହଣ କରିବାକୁ ହେବ । ୧ ଫେବୃଆରୀ ଦିନ ଏଥିପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ୫ ଫେବୃଆରୀ ଦିନ ରାଷ୍ଟ୍ରପତିଙ୍କୁ ମଜଲିସରେ ନିଜ ବକ୍ତବ୍ୟ ରଖିବାକୁ କୁହାଯାଇଛି । ମୁଇଜ୍ଜୁ ନିଜ ପଦବୀର ରକ୍ଷାପାଇଁ ଅତୀତରେ ଯେପରି ଟଙ୍କା ଦେଇ ସମର୍ଥନ କିଣିଥିଲେ ଆଗାମୀ ଦିନରେ ଠିକ୍ ସେମିତି କାର୍ଯ୍ୟକରିବେ ବୋଲି ବିପକ୍ଷ ସାଂସଦ ଆଶଙ୍କା କରିଛନ୍ତି । ନିକଟରେ ଜଣେ ୧୨ବର୍ଷ ପିଲାର ଚିକିତ୍ସା ପାଇଁ ଭାରତୀୟ ହେଲିକପଟର ବ୍ୟବହାର କରି ଡାକ୍ତରଖାନାକୁ ଯିବାଲାଗି ମୁଇଜ୍ଜୁ ସରକାର ଅନୁମତି ନଦେବାରୁ ଅସୁସ୍ଥ ପିଲାଟିର ଅକାଳରେ ମୃତ୍ୟୁ ଘଟିଥିଲା । ପରିଣାମସ୍ୱରୂପ ମାଳଦ୍ୱୀପକୁ ରପ୍ତାନୀ ହେବାକୁଥିବା ପିଆଜକୁ ଭାରତ ସରକାର ଆଫଗାନିସ୍ଥାନକୁ ପଠାଇ ଦେବାପରେ ମାଳଦ୍ୱୀପରେ ପିଆଜଦର ବହୁତ ବଢିଯାଇଛି । ଠିକ୍ ସେମିତି ମାଳଦ୍ୱୀପକୁ ପଠାଯିବାକୁ ଥିବା ଚାଉଳକୁ ଏବେ ଭାରତ ସରକାର ଶ୍ରୀଲଙ୍କାକୁ ପଠାଇ ଦେଇଛନ୍ତି । ଯଦ୍ୱାରା ଆଗାମୀ ଦିନରେ ସେଠାରେ ଚାଉଳର ଅଭାବ ଦେଖାଯିବ । ବିରୋଧୀଦଳ ସଦସ୍ୟମାନେ ମୁଇଜ୍ଜୁଙ୍କୁ ଭାରତର ସରକାରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ମାଳଦ୍ୱୀପର ବ୍ୟବସାୟୀ ଭାରତ ସହ ସ୍ୱାଭାବିକ ସଂପର୍କ ରଖିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି । ସଂସଦରେ ଖାଲି ପଡିଥିବା ଆସନ ପାଇଁ ମଧ୍ୟାବଧି ନିର୍ବାଚନ କରାଇ ନିଜ ଆସନକୁ ସୁରକ୍ଷିତ କରିବାଲାଗି ମୁଇଜ୍ଜୁ ଉଦ୍ୟମ କରୁଥିବାରୁ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବାରୁ ମଧ୍ୟାବଧି ନିର୍ବାଚନ ଆବଶ୍ୟକ ନାହିଁ ବୋଲି ବିରୋଧୀଦଳ ପକ୍ଷରୁ କୁହାଯାଇଛି ।ଭାରତ ମହାସାଗର ଅନ୍ତର୍ଗତ ଛୋଟ ଦେଶ ମାଳଦ୍ୱୀପକୁ କେନ୍ଦ୍ରକରି ଏବେ ସବୁସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲାକ୍ଷାଦ୍ୱୀପକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନୀଳ ଜଳରାଶି ସମୁଦ୍ର ତଳ ଜଳଜୀବନ ସଂପର୍କରେ ନିଜର ଭିଡିଓ ଏବଂ ଫଟୋ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକରି ଏହି କ୍ଷୁଦ୍ର କେନ୍ଦ୍ରଶାସିତ ଦ୍ୱୀପପୁଞ୍ଜକୁ ଅଧିକ ସଂଖ୍ୟାରେ ପରିଦର୍ଶନ ପାଇଁ ଆସିବାକୁ ଆହ୍ୱାନ ଦେବା ପରେ ପରେ ସୋସିଆଲ ମିଡିଆରେ ଜନସାଧାରଣଙ୍କ ଆଲୋଚନା ବଢିଥିଲା । ଲୋକମାନେ ଅଳ୍ପ ଖର୍ଚ୍ଚରେ ଏହି ଦ୍ୱୀପକୁ ଯିବାଲାଗି ଆଗ୍ରହ ପ୍ରକାଶ କରି ସେମାନଙ୍କ ମତ ଲେଖିବାପରେ ମିଡିଆରେ ଲାକ୍ଷାଦ୍ୱୀପ ବନାମ ମାଳଦ୍ୱୀପର ଆଲୋଚନା ବଢିଥିଲା । ଏପରିକି ଭାରତର ପ୍ରାୟ ଛୋଟବଡ ସବୁ ଗଣମାଧ୍ୟମରେ ଏହାକୁ କେନ୍ଦ୍ରକରି ସପକ୍ଷ-ବିପକ୍ଷର ତର୍କ ଆରମ୍ଭ ହୋଇଗଲା । ଏହି ଆଲୋଚନାରେ ମାଳଦ୍ୱୀପର ନେତା ଏବଂ ମନ୍ତ୍ରୀଗଣ ମଧ୍ୟ ସାମିଲ ହୋଇଗଲେ । ଯେଉଁ ନେତାମାନେ ମାଳଦ୍ୱୀପରୁ ଭାରତକୁ ତଡିବାକୁ ଦୀର୍ଘଦିନ ହେବ “ଇଣ୍ଡିଆ ଆଉଟ” ସ୍ଲୋଗାନ ଦେଉଥିଲେ ସେମାନଙ୍କ ପାଇଁ ଏହା ଯେମିତି କପାଳକୁ ଶିକା ଛିଣ୍ଡିବା ପରି ମନେହେଲା । ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ ସେମାନେ ଭାରତର ପ୍ରଧାନମନ୍ତ୍ରୀ, ଭାରତର ପରିବେଶ ଏବଂ ଭାରତୀୟମାନଙ୍କୁ ଗାଳି ଦେବାରେ ଲାଗିପଡିଲେ । ମାଳଦ୍ୱୀପର ଶାସନରେ ଥିବା ସରକାରଙ୍କ ଯୁବ ସଶକ୍ତିକରଣ ଉପମନ୍ତ୍ରୀ ମରିୟମ ସିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଜୋକର’ ଏବଂ “ଇସ୍ରାଏଲର ସଖୀ କଣ୍ଢେଇ” କହି ନିଜର ଆକାଉଣ୍ଟରେ ସମାଲୋଚନା କଲେ । ମାଳଦ୍ୱୀପର ଅନ୍ୟ ଜଣେ ସାଂସଦ ଜାହିଦ ରମିଜ୍ ପ୍ରକାଶ କରି କହିଲେ, “ଏହି ଉଦ୍ୟମ ବହୁତ ଭଲ । ଅଥଚ ଆମ ସହ ପ୍ରତିଯୋଗିତା କରିବା ବିଫଳତା ମାତ୍ର । ଆମେ ଯେଉଁ ସେବା ପ୍ରଦାନ କରୁଛୁ, ସେମିତି ସେବା ସେମାନେ ଦେବେ କିପରି? ସେମାନେ ଏତେ ସ୍ୱଚ୍ଛ ହେବେ କିପରି? ସେମାନଙ୍କ କୋଠରୀର ସ୍ଥାୟୀ ଦୁର୍ଗନ୍ଧ ସେମାନଙ୍କ ପତନର କାରଣ ହେବ ।”୪ ଜାନୁଆରୀ ୨୦୨୪ଦିନ ମୋଦି ଲାକ୍ଷାଦ୍ୱୀପର ବିକାଶମୁଖୀ ଯୋଜନାର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କେରଳ, ତାମିଲନାଡୁ ପରେ ଦକ୍ଷିଣ ଭାରତର ଲାକ୍ଷାଦ୍ୱୀପରେ ମୋଦିଙ୍କ ଗସ୍ତ ରହିଥିଲା । କୋଚିଲାକ୍ଷାଦ୍ୱୀପ ମଧ୍ୟରେ ସମୁଦ୍ରତଳ କେବୁଲ ସଂଯୋଗୀକରଣ,କାଡାମାତ୍‌ଠାରେ ସମୁଦ୍ରଜଳରୁ ପାନୀୟ ଜଳ ପ୍ରସ୍ତୁତି ପାଇଁ କାରଖାନା,ପାନୀୟ ଜଳଯୋଗାଣ ପ୍ରକଳ୍ପ, ସୈାରଶକ୍ତି ପ୍ରକଳ୍ପ, କାଭାରାତିଠାରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିଅନର ୮୦ସଦସ୍ୟ ରହିବା ପାଇଁ ନବନିର୍ମିତ ଗୃହର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଥିଲା । ଏହାଛଡା କାଲପେନିଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ବ୍ୟତିରେକ ଦ୍ୱୀପ ସମୂହ ମିନିକୟ, ଅଗାଟ୍ଟି, ଅନ୍ଦ୍ରୋଥ, ଚେଟଲାଟ୍‌, କାଡାମାତରେ ନୂତନ ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିଲା । ଏହାଛଡା କିଶାନ କ୍ରେଡିଟ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଲାପ୍‌ଟପ୍‌,ସାଇକେଲଆଦି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ହସ୍ତାନ୍ତରଣ କରିଥିଲେ ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଲାକ୍ଷାଦ୍ୱୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲ, ସାଂସଦ ମହମ୍ମଦ ଫୈଜଲ ଆଦି ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପ ପାଇଁ ପ୍ରାୟ ୧୧୫୬କୋଟି ଟଙ୍କା ମୂଲ୍ୟର ଭିନ୍ନ ଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଲାକ୍ଷାଦ୍ୱୀପର ଲୋକେ ଏବେ ୧.୭ ଜିବିପିଏସ୍ ସ୍ଥାନରେ ୨୦୦ଜିବିପିଏସ୍‌ର ଇଣ୍ଟରନେଟ ସୁବିଧାପାଇବେ ।ଯାହା ଫଳରେଲାକ୍ଷାଦ୍ୱୀପରେ ଇଣ୍ଟରନେଟ ସେବା,ଡିଜିଟାଲ ବ୍ୟାଙ୍କ ସେବା, ଟେଲିମେଡିସିନ ସୁବିଧା ମିଳିବ ।କାଡାମାତଠାରେ ନବନିର୍ମିତପାନୀୟଜଳ ପ୍ରସ୍ତୁତି କାରଖାନାଦୈନିକ ପ୍ରାୟ ୧.୫ଲକ୍ଷ ଲିଟରପାନୀୟଜଳ ସାମୁଦ୍ରିକ ଲୁଣିଆଜଳକୁପରିଷ୍କାର କରି ପ୍ରସ୍ତୁତ କରିବ । ଅଗାଟ୍ଟିଏବଂ ମିନିକୟ ଦ୍ୱୀପର ସବୁଘରକୁଟ୍ୟାପପାଣି ଯୋଗାଣ ଏବେ ସମ୍ଭବହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତହରଡ଼ଘଣାରେ ମାଳଦ୍ୱୀପସୌମେନ୍ଦ୍ର ଜେନା ଆଦୌ ଆକସ୍ମିକ ନୁହେଁ । କାଶ୍ମିରରକୈରୋନ ଘାଟୀଠାରୁ ମଣିପୁର ଓଅରୁଣାଚଳର ସୀମାନ୍ତ କଚ୍ଛଠାରୁଲାକ୍ଷାଦ୍ୱୀପ ଏବଂ ଆଣ୍ଡାମାନ ନିକୋବରଦ୍ୱୀପଯାଏଁ ସବୁସ୍ଥାନରେ ଲୋକେଯେମିତି ବାକି ଭାରତବାସୀଙ୍କ ପରିଦୈନନ୍ଦିନ ଜୀବନର ସୁବିଧା ଲାଭକରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀମୋଦି ବିକାଶର ମାର୍ଗ ପ୍ରଶସ୍ଥକରିବାରେ ଲାଗିଛନ୍ତି । ନିଜର ଅତ୍ୟନ୍ତବିଶ୍ୱସ୍ତ ଭାବେ ଜଣାଶୁଣା ପ୍ରଫୁଲ୍ଲପଟେଲଙ୍କୁ ସେ ଲାକ୍ଷାଦ୍ୱୀପର ସାମଗ୍ରିକବିକାଶର ଦାୟିତ୍ୱ ଦେଇଛନ୍ତି ।ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ କେବଳଫଟୋ ହିଁ ଯେ ମାଳଦ୍ୱୀପରେ ଗାତ୍ରଦାହସୃଷ୍ଟି କରିଛି ତା ନୁହେଁ, ଅପରପକ୍ଷେଲାକ୍ଷାଦ୍ୱୀପ ପାଇଁ ଭଲ ସମୟ ଆଣିଛି ।ମାଳଦ୍ୱୀପର ମନ୍ତ୍ରୀମାନଙ୍କ ଭାରତବିରୋଧୀ ମନ୍ତବ୍ୟ ପରେ ଲାକ୍ଷାଦ୍ୱୀପକୁଯିବାପାଇଁ ଲୋକେ ଧାଡି ଲଗାଇଛନ୍ତି ।ଅପରପକ୍ଷେ ଗୁଗଲରେ ଲାକ୍ଷାଦ୍ୱୀପସର୍ଚ୍ଚ ୩୪୦୦ ପ୍ରତିଶତ ବୃଦ୍ଧି ପାଇଛିା ଭାରତରୁ ମାଳଦ୍ୱୀପକୁ ବିମାନଭଡା୨୦ହଜାରରୁ ୧୨ହଜାରକୁଖସିଆସିଛି । ଏପରିକି ୧୭ ଜାନୁଆରୀଦିନର ନୂଆଦିଲ୍ଲୀରୁ ମାଲେ ବିମାନଭଡା୮୨୧୫ ଟଙ୍କା ଏବଂ ଚେନ୍ନାଇରୁମାଲେ ବିମାନଭଡା ୮୨୪୫ ଟଙ୍କାଙ୍କୁଖସିଛି । ଲାକ୍ଷାଦ୍ୱୀପକୁ ବିମାନସେବା ଯୋଗାଉଥିବା ଏକମାତ୍ର ସଂସ୍ଥା ଆଲିଆନ ଏୟାର ଭୀଡକୁ ହ୍ରାସକରିବାକୁ ଆଉ ଏକ ବିମାନ ସପ୍ତାହକୁଦୁଇଥର କୋଚି-ଅଗାଟ୍ଟି ମଧ୍ୟରେଚଳାଚଳ କରିବା ପାଇଁ ସ୍ଥିର କରିଛି ।ପୂର୍ବରୁ ଏହି ଆକାଶମାର୍ଗରେ ଗୋଟିଏବିମାନ(୭୦ ଆସନ ବିଶିଷ୍ଟ) ଚଳାଚଳକରୁଥିଲାବେଳେ ଏବେ ପ୍ରତି ରବିବାରଏବଂ ବୁଧବାର ଦିନ ଅନ୍ୟ ଏକ ବିମାନଚଳାଚଳ କରିବାକୁ ଘୋଷଣା କରିଛି ।ଏଥିପାଇଁ ମାର୍ଚ୍ଚମାସ ପର୍ଯ୍ୟନ୍ତ ବିମାନରସମସ୍ତ ଟିକେଟ ବୁକିଂ ସରିଛି । ପ୍ରତିଦିନଅନେକ ପର୍ଯ୍ୟଟକ ଟିକେଟ ବୁକିଂ ପାଇଁଚାହୁଁଥିବାବେଳେ ବିମାନ ଟିକେଟମିଳୁନାହିଁ । ଲାକ୍ଷାଦ୍ୱୀପକୁ ଯିବାଲାଗିଯାତ୍ରୀଙ୍କ ଆଗ୍ରହ ଦେଖି ଦେଶରଅନ୍ୟତମ ବିମାନ ସଂସ୍ଥା ସ୍ପାଇସଜେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଜୟସିଂହ ଲାକ୍ଷାଦ୍ୱୀପ ପାଇଁ ନିଜରବିମାନସେବା ଆରମ୍ଭ କରିବା ଲାଗିଘୋଷଣା କରିଛନ୍ତି । ଏହା ସହମାଳଦ୍ୱୀପ ପାଇଁ ପର୍ଯ୍ୟଟକଙ୍କ ବ୍ୟବସ୍ଥାଦେଖୁଥିବା ସଂସ୍ଥା ‘ମେକ୍ ମାଇଟ୍ରିପ୍‌’ଏବେ ‘ବିଚେସ୍ ଅଫ୍ ଇଣ୍ଡିଆ’ଅଭିଯାନ ଆରମ୍ଭ କରିଛି । ସେହିପରିଇସ୍ରାଏଲ ସରକାର ଜଳପରିଷ୍କରଣପ୍ରକଳ୍ପ ଆରମ୍ଭ କରିଥିବା ବିଷୟନୂଆଦିଲ୍ଲୀସ୍ଥିତ ଦୂତାବାସପକ୍ଷରୁଘୋଷଣା କରାଯାଇଛି । ମାଳଦ୍ୱୀପରମନ୍ତ୍ରୀ ମାଲସା ସରିଫ୍‌, ମରିୟମ ସିଉନାଏବଂ ଅବଦୁଲ୍ଲା ମହଜୁମ ମାଜିଦଙ୍କଅରୁଚିକର ମନ୍ତବ୍ୟ ପରେ ସେମାନଙ୍କୁମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିବାବିଷୟ ମାଳଦ୍ୱୀପ ସରକାର ପ୍ରକାଶକରିଛନ୍ତି । ୮ ଜାନୁଆରୀ ୨୦୨୪ ଦିନନୂଆଦିଲ୍ଲୀସ୍ଥିତ ମାଳଦ୍ୱୀପରହାଇକମିଶନର ଇବ୍ରାହିମ ସାହିବଙ୍କୁବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଭାରତର ଅସନ୍ତୋଷ ବିଷୟରେ ଜଣାଇଦିଆଯାଇଥିଲା । ସେହିପରି ଭାରତରଲୋକେ ସେମାନଙ୍କ ବ୍ୟକ୍ତିଗତସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରଚଣ୍ଡବିରୋଧ କରିବାପରେ ସିନେ ତାରକାଅକ୍ଷୟ କୁମାର, ସଲମାନ ଖାଁ, ଜନ୍‌ଆବ୍ରାହମ୍‌, ଶ୍ରଦ୍ଧା କପୂର, କଙ୍ଗନାରାନାୱତ ସେମାନଙ୍କ ଅସନ୍ତୋଷ ବ୍ୟକ୍ତକରିଥିଲେ । କ୍ରିକେଟ ତାରକା ସଚିନତେନ୍ଦୁଲକର, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟଲୋକଙ୍କ ସହ ଅସନ୍ତୋଷ ବ୍ୟକ୍ତ କରିବାପରେ ଭାରତୀୟ ଲୋକେ ୮ହଜାରହୋଟେଲ ରୁମ୍ ଏବଂ ୨୫୦୦ ବିମାନଟିକେଟ ବୁକିଂ ରଦ୍ଦ କରିଥିଲେ ।ସେହିପରି ମାଳଦ୍ୱୀପ ସ୍ଥିତ ଭାରତୀୟହାଇକମିଶନର ମୁନୁ ମହାୱାର ମାଲେରବୈଦେଶିକ ବିଭାଗରେ କଠିନ ଭାଷାରପ୍ରତିବାଦପତ୍ର ପ୍ରଦାନ କରିଥିଲେ ।ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦନସିବ ବର୍ତ୍ତମାନର ମାଳଦ୍ୱୀପ ରାଷ୍ଟ୍ରପତିମହମ୍ମଦ ମୁଇଜ୍ଜୁଙ୍କ ନିନ୍ଦା କରିଥିଲେ ।ମୁଇଜ୍ଜୁ ୭ ଜାନୁଆରୀ ଦିନ ବେଜିଂ ଯାତ୍ରାକରିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣକରିବାକୁ ମାଳଦ୍ୱୀପର ବିଦେଶ ମନ୍ତ୍ରୀମୂସା ଜମିର ମନ୍ତ୍ରିମଣ୍ଡଳର ତିନିସଦସ୍ୟଙ୍କ ବିରୋଧରେ ବହିଷ୍କାରକାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ ।ମାଳଦ୍ୱୀପର ରାଜନେତାଙ୍କ ମନ୍ତବ୍ୟସରକାରଙ୍କ ମନ୍ତବ୍ୟ ନୁହେଁ ବୋଲିକହିଥିଲେ ।
ଭୁବନେଶ୍ୱର-୭୫୧୦୦୩

Leave a Reply