Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମମନ୍ଦିର ଦର୍ଶନ ଓ ଅଯୋଧ୍ୟାରେ ଖାଲି ପାଦରେ ବୁଲିବାର ଅନୁଭୂତି ବଖାଣିଲେ ପାକିସ୍ତାନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମମନ୍ଦିର ଦର୍ଶନ ଓ ଅଯୋଧ୍ୟାରେ ଖାଲି ପାଦରେ ବୁଲିବାର ଅନୁଭୂତି ବଖାଣିଲେ ପାକିସ୍ତାନୀ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପରେ ସମଗ୍ର ଦୁନିଆରୁ ଲୋକେ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି । ଏହି କ୍ରମରେ ପାକିସ୍ତାନର ବିନୟ କପୁର ବି ଅଯୋଧ୍ୟା ରାମ ମନ୍ଦିରର ଦର୍ଶନ କରିଛନ୍ତି । ବିନୟ ପେସାରେ ଜଣେ ବ୍ଲଗର ବୋଲି ଜଣାପଡ଼ିଛି । ନିକଟରେ ସେ ନିଜ ୟୁଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ବିନୟ କହୁଛନ୍ତି, ‘ଅଯୋଧ୍ୟା ପହଞ୍ଚିବା ପରେ ମନକୁ ଶାନ୍ତି ମିଳିଥିଲା । ଅଯୋଧ୍ୟା ଗଳିମାନଙ୍କରେ ମାଖନ ମିଶ୍ରି ଖାଇଖାଇ ଖାଲିପାଦରେ ବୁଲିବା ସମୟର ଅନୁଭୂତି ଖୁବ ନିଆରା ଥିଲା । ଏସମୟରେ ଖୁବ ଖୁସି ଲାଗୁଥିଲା ନିଜକୁ ଭାଗ୍ୟବାନ ମନେ କରୁଥିଲି । ଅଯୋଧ୍ୟାରେ ପହଞ୍ଚି ରାମନ୍ଦିର ଦର୍ଶନ ପରେ ସ୍ୱପ୍ନ ପୂରା ହେଲା ଭଳି ଲାଗୁଥିଲା । ରାମମନ୍ଦିର ଦର୍ଶନ ମୋ ପାଇଁ ସ୍ମୃତି ହୋଇ ରହିଯିବ । ଦର୍ଶନ ସମୟରେ ମୁଁ ଯାହାକିଛି ଅନୁଭବ କରିଛି ତାହାକୁ ଶବ୍ଦରେ ବଖାଣି ପାରିବି ନାହିଁ । ଏଥିସହିତ ବିନୟ ରାମମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ ପୂର୍ବରୁ ଭକ୍ତଙ୍କ ପାଇଁ ତିଆରି ହୋଇଥିବା ଲକରର
ଖୁବ ପ୍ରଶଂସା କରିବା ସହିତ କହିଛନ୍ତି, ‘ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ପ୍ରଶଂସନୀୟ । ଏଠାରେ ସିମେଣ୍ଟର ବ୍ୟବହାର କରା ନଯାଇ ରାଜସ୍ଥାନରୁ ଆସିଥିବା ପଥରରେ ମନ୍ଦିରତିଆରି କରାଯାଇଛି । ରାମମନ୍ଦିରର ସ୍ଥାନେସ୍ଥାନେ ମାଙ୍କଡ଼ ଦେଖିବାକୁ ମିଳୁଛନ୍ତି ।

Leave a Reply