Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମଙ୍କ ଭକ୍ତଙ୍କୁ ଆଲିଙ୍ଗନ କଲା ହନୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମଙ୍କ ଭକ୍ତଙ୍କୁ ଆଲିଙ୍ଗନ କଲା ହନୁ

ଶ୍ରୀରାମଙ୍କ ଭକ୍ତଙ୍କୁ ଆଲିଙ୍ଗନ କଲା ହନୁ

ଚମ୍ପୁଆ:ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ବିଭିନ୍ନ ଅଞ୍ଚଳରେ ଅଲୌକିକ ଆଶ୍ଚର୍ଯ୍ୟ ଜନକ ଘଟଣାମାନ ଘଟି ଚାଲିଛି । ପିଲାଦିନୁ ରାମ ଭକ୍‌ତ ଥିବା କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର କ୍ଷେତ୍ରବାସୀ ମହାନ୍ତ (୬୭) । ସେ ଚମ୍ପୁଆ ଯାଇଥିବା ବେଳେ କୋଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଲା । ସେ ବସିଥିବା ସ୍ଥାନରେ ନିକଟସ୍ଥ ଗଛଡାଳ ରୁ ଏକ ହନୁ ମାଙ୍କଡ ଆସି ତାଙ୍କ ପାଖରେ ବସିଗଲା । ତାଙ୍କ ମୁଣ୍ଡକୁ ତିନି ଥର ଛୁଇଁବା ସହ ବାରମ୍ବାର ଆଲିଙ୍ଗନ କରିବାକୁ ଲାଗିଲା । ତାଙ୍କ ମୁହଁ କାନ ପାଖକୁ ଯାଇ କଣ କହି ଯାଉ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ହନୁ ମାଙ୍କଡ ପ୍ରଭୁ ଶ୍ରୀରାମ ଙ୍କ ଭକ୍‌ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଜାଣିବାକୁ ମିଳିଛି ।କ୍ଷେତ୍ରବାସୀ ତାଙ୍କୁ ଫଳ ମୂଳ ଖାଈବାକୁ ଦେଇଥିଲେ ସୁଦ୍ଧା ଅଳ୍ପ କେତୋଟି ଅଙ୍ଗୁର ଖାଇ ଚାଲି ଯାଇଥିଲା ।

May be an image of 1 person and slow loris

Leave a Reply