ସଇଁତଲାରେ ପ୍ରସାଦ ବିତରଣ ଓ ବିଶାଳ ଶୋଭାଯାତ୍ରା

ସଇଁତଲା : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ସଇଁତଲାରେ ମହା ଆଡମ୍ବରରେ ପାଳନ ହୋଇଯାଇଛି । ସକାଳୁ ଶ୍ରୀରାମ ମନ୍ଦିରରେ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ କରିବା ପରେ ଶ୍ରୀରାମ ମାନସ ମଣ୍ଡଳୀ ଦ୍ୱାରା ରାମ ଜନ୍ମ ପର୍ଯ୍ୟନ୍ତ ରାମାୟଣ ପଠନ କରାଯାଇଥିଲା । ପରେ ସମସ୍ତ ଗ୍ରାମବାସୀ ପ୍ରସାଦ ଗ୍ରହଣ କରିସାରିବା ପରେ ସନ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏକ ଭକ୍ତିମୟ ପରିବେଶ ରେ ସମସ୍ତ ଗ୍ରାମବାସୀ ମିଶି ରାମ ନାମ ଧ୍ୱନି ରେ ଶୋଭାଯାତ୍ରା ରେ ବାହାରିଥିଲେ । ଶୋଭାଯାତ୍ରାଟି ଗୋପବନ୍ଧୁ ପଡ଼ା ଶ୍ରୀରାମ ମନ୍ଦିରରୁ ବାହାରି ହାଟପଡା, ବାପୁଜି ଛକ, ଆଲୋକ ଛକ, କଂସରପଡା, ରମେଶ ଛକ, ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ଶଙ୍କର ଛକ ହେଇ ସହରର ସମସ୍ତ ପଡ଼ାକୁ ଗଲା ବେଳେ ଲୋକେ ନିଜ ଘର ବାହାରେ ରଙ୍ଗୋଲି କରି, ଦୀପ ଜଳାଇ ପୂଜାର୍ଚ୍ଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଇଁତଲା ବଣିକ ସଂଘ, ରାମ ମାନସ ମଣ୍ଡଳୀ, ବଜରଙ୍ଗ ଦଳ, ଜଗନ୍ନାଥ ସାଂସ୍କୃତିକ ପରିଷଦ, ସଇଁତଲା ବିକାଶ ପରିଷଦ ଓ ସମସ୍ତ ସଇଁତଲା ସହର ବାସୀ ସହଯୋଗ କରିଥିଲେ ।

May be an image of 1 person and temple

Leave a Reply

Your email address will not be published. Required fields are marked *