Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ରଥ ଭବ୍ୟ ଶୋଭାଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଯୋଗଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ରଥ ଭବ୍ୟ ଶୋଭାଯାତ୍ରାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ଯୋଗଦାନ

ଧର୍ମଗଡ଼: ସୋମବାର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସମଗ୍ର ବିଶ୍ୱ ଉତ୍ସବ ପାଳନ କରିଥିଲା । ଗ୍ରାମାଞ୍ଚଳରେ ଅଧିକ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ଦୋକାନ, ଘର, କାର୍ଯ୍ୟାନୁଷ୍ଠାନଗୁଡିକରେ ଶ୍ରୀରାମ ପତାକା ଲାଗିଥିଲା । ବାଇକ୍‌ଗୁଡିକରେ ଜୟ ଶ୍ରୀରାମ ଝଣ୍ଡା ଉଡୁଥିଲା । ଲୋକଙ୍କ ମୁହଁରେ ଜୟ ଶ୍ରୀରାମ ନାରା ଶୁଣିବାକୁ ମିଳିଥିଲା । ଘର ସାମ୍ନା ସଫାସୁତୁରା କରାଯାଇ ଝୋଟି ଅଙ୍କାଯାଇଥିଲା । ଏହି ପରିପ୍ରେକ୍ଷୀରେ ବେହେରା ଜଗନ୍ନାଥ ମନ୍ଦିରରୁ ଏକ ରାମ ରଥ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲା । ଏଥିରେ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ଗ୍ରାମବାସୀ ଘର ସାମ୍ନାରେ ଝୋଟି ପକାଇ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରୋଷନ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ଜଗନ୍ନାଥ ମନ୍ଦିର ପୂଜକ ମୋହନ ତିୱାରୀ ପୂଜା କରିଥିଲେ । କୁନିକୁନି ଶିଶୁମାନେ ରାମ, ଲକ୍ଷ୍ମଣ, ସୀତା ବେଶରେ ରଥାରୂଢ ହୋଇ ପୂଜା ପାଇଥିଲେ । ସନ୍ଧ୍ୟା ସମୟରେ ଏକ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଅନୀଲ ପଣ୍ଡା, ତ୍ରିଲୋକ ସିଂ, ଅଭୟ ସିଂ ରାଜପୁତ, ମଣ୍ଟୁ ଅଗ୍ରୱାଲ, ରିଙ୍କୁ ଅଗ୍ରୱାଲ, ବବଲୁ ଅଗ୍ରୱାଲ, ଭକଚନ ନାଏକ, ରାହାସ ନାଏକ, ଜୟଚନ୍ଦ୍ର ନାଏକ, ଗଗନ ନାଏକ, ଲଲିତ ବାଣୁଆ, କ୍ଷୀରସିନ୍ଧୁ ବାଗ, କ୍ଷୀରସିନ୍ଧୁ ବାଣୁଆ ପ୍ରମୁଖ ସହଯୋଗ କରିଥିଲେ ।

May be an image of 1 person and temple

Leave a Reply