Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରକ୍ତଦାନ ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼: ଅଯୋଧ୍ୟାର ରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବାଞ୍ଜିପାଲି ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସମାଜ ସେବୀ ଅଷୟ ଯୋଶୀ, ଅମୀୟ ଶର୍ମା ,କଟାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଗଙ୍ଗାଧର ଦାସ, ଶିବିରକୁ ଉଦ୍ ଘାଟନ କରିଥିଲେ । ଶିବିରର ପାଞ୍ଚ ଜଣ ମହିଳା ଓ ଗୋଟିଏ ଦମ୍ପତି ତଥା ଯୁବକ ମାନଙ୍କ ଦ୍ୱାରା ସମୁଦାୟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା । ଆଲୋକ ଦାଶ, ସମୀର ଦାଶ, ସାନନ୍ଦ ବାରିକ, ଲୋକନାଥ ପ୍ରଧାନ, ସତ୍ୟବାନ୍ ସାହୁ, ତୋଷବନ୍ତ ବାରିକ, ଇଶ୍ୱର ନାୟକ, ସିଦ୍ଧେଶ୍ୱର ପ୍ରଧାନ ତଥା ଅନେକ ଯୁବକ କର୍ମକର୍ତ୍ତା ମାନେ ଶିବିରର ଆୟୋଜନ ତଥା ପରିଚାଳନା କରିଥିଲେ ।

May be an image of 10 people, people smiling and temple

Leave a Reply