Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ; ଉତ୍ସବମୁଖର ସାରା ନାଲକୋନଗର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ; ଉତ୍ସବମୁଖର ସାରା ନାଲକୋନଗର

ବଅଁରପାଳ : ଅଯୋଧ୍ୟାରେ ହେଉଥିବା ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ନାଲକୋନଗର ସ୍ଥିତ ମୀନାବଜ଼ାର ପଡିଆ ଠାରେ ଏକ ଭବ୍ୟ ସମାରୋହ ଆୟୋଜନ କରାଯାଇଛି । ପ୍ରାତଃ ସମୟରେ ଏକ ବିରାଟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ହୋମ ଯଜ୍ଞ, ପୂଜାପାଠ ସହିତ ହନୁମାନ ଚାଳିଶାର ପଠନ କରାଯାଇଛି । ଏତଦ ବ୍ୟତୀତ ଶ୍ରୀରାମ ବିଜୟ ମହାମନ୍ତ୍ର, ରାମରକ୍ଷା ସ୍ତ୍ରୋତ ଏବଂ ସୁନ୍ଦର କାଣ୍ଡର ବର୍ଣ୍ଣନା କରାଯାଇଛି । ଏକ ବୃହତ ସ୍କ୍ରିନ ମାଧ୍ୟମରେ ଅଯୋଧ୍ୟାରୁ ସମସ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଦିବା ୧ ଘଟିକାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଓ ଉକ୍ତ କାର୍ଯ୍ୟକ୍ରମରେ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ଅଯୋଧ୍ୟାରେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠାତା ଉତ୍ସବରେ ନାଲକୋ ନଗରରେ ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି । ହୋମ ଯଜ୍ଞରେ ଅଧାତ୍ମିକ ପରିବେଶରେ ସାରା ନାଲକୋ ନଗର ଉତ୍ସବମୁଖର ହୋଇଥିଲା । ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାତା ଉତ୍ସବରେ ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଅମୀୟ କୁମାର ସ୍ୱାଇଁ, ମହାପ୍ରବନ୍ଧକ ଏସ୍‌.ଏ. ବାସୁ, ଉପ ମହାପ୍ରବନ୍ଧକ ରାଜାରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମର ସବିଶେଷ ସୂଚନା ନିମନ୍ତେ ମୀନବଜାର ପଡିଆ ଠାରେ ଏକ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇଛି । ଏହି କାର୍ଯ୍ୟକ୍ରମରେ ଆଲୁମିନିୟମ ମଜ଼ଦୂର ସଙ୍ଘର ସଭାପତି ମୁନା ସାମଲ, ସାଧାରଣ ସମ୍ପାଦକ ବିନୋଦ କୁମାର ସାମଲ, ଅଫିସର୍ସ ଆସୋସିଏସନର ସଭାପତି ବନମାଳୀ ସେଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସଦସ୍ୟ ପର୍ଶୁରାମ ସ୍ୱାଇଁ, ଭୋଗଦେବ ପ୍ରଧାନ ଓ ପ୍ରଭାତ ସାହୁ ଏବଂ ନାଲକୋ ନଗରର ଅନେକ ସଙ୍ଗଠନ ସମେତ ଅନେକ କାର୍ଯ୍ୟକର୍ତ୍ତା ଯଥା- ସଞ୍ଜୟ ଦେହୁରୀ, ଦିବ୍ୟଦର୍ଶୀ ଦେବତା, ଗୋପାଳକୃଷ୍ଣ ମଲ୍ଲିକ, ନେହେରୁ ସାହୁ, ପ୍ରଭାତ ଗଡ଼ନାୟକ, କେଦାର ସାହୁ, ସୁନୀଲ ତ୍ରିପାଠୀ, ଖଗେଶ୍ୱର ଭୁତିଆ ଅଜୟ ସାହୁ ପ୍ରମୁଖ ସହଯୋଗ କରିଛନ୍ତି ।

Leave a Reply