Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟ ଶ୍ରୀରାମ ଲେଖି କ୍ଷମା ମାଗିଲେ ନୟନତାରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟ ଶ୍ରୀରାମ ଲେଖି କ୍ଷମା ମାଗିଲେ ନୟନତାରା

ନୂଆଦିଲ୍ଲୀ, : ଲୋକପ୍ରିୟ ଦକ୍ଷିଣ ଅଭିନେତ୍ରୀ ନୟନତାରା ତାଙ୍କ ଚଳଚ୍ଚିତ୍ର’ ଅନ୍ନପୂର୍ଣ୍ଣା “ପାଇଁ ଏବେ ଚର୍ଚ୍ଚାରେ । ଫିଲ୍ମରେ ପ୍ରଭୁ ରାମଙ୍କୁ ମାଂସହାରୀ (ନନ୍ ଭେଜିଟାରିଆନ) ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏହି ଚଳଚ୍ଚିତ୍ର ବିବାଦ ଭିତରକୁ ଆସିଥିଲା । ମାମଲା ମଧ୍ୟ ରୁଜୁ ହୋଇଥିଲା । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିଜେ ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି । ଭଗବାନଙ୍କ ଉପରେ ବିଶ୍ୱାସ ଅଛି, ଯାହା ଅଜାଣତରେ ଘଟିଛି । ଜୟ ଶ୍ରୀରାମ ଲେଖି ଇନଷ୍ଟାଗ୍ରାମରେ ନୟନତାରା ଏହି ପୋଷ୍ଟ ସେୟାର କରିଛନ୍ତି ।

Leave a Reply