ପ୍ରାଣ ପ୍ରତିଷ୍ଠା- ଶ୍ରୀ ରାମ ଲାଲା ଜାନୁଆରୀ ୧୮ ରେ ଗର୍ଭ ଗୃହରେ କରିବେ ପ୍ରବେଶ

ଅଯୋଧ୍ୟା : ଅଯୋଧ୍ୟା ଧାମରେ ତାଙ୍କ ନୂତନ ମହାନ ମନ୍ଦିରରେ ଶ୍ରୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବାର କାର୍ଯ୍ୟକ୍ରମ ୨୨ ଜାନୁଆରୀରେ । ତେବେ ପ୍ରାଣ ପ୍ରତିଷ୍ଠା ପାଇଁ ଆବଶ୍ୟକ ରୀତିନୀତି ଜାନୁଆରୀ ୧୬ ରୁ ଆରମ୍ଭ ହେବ ଏବଂ ରାମଲାଲା ଜାନୁଆରୀ ୧୮ ରେ ଗର୍ଭ ଗୃହରେ ବସିବେ । ୨୨ ଜାନୁୟାରୀ ଦିନ ଶୁକ୍ଲ ଦ୍ୱାଦଶୀ ଦିନ ୧୨.୨୦ ରେ ଶୁଭମୁହୁର୍ତରେ ଶ୍ରୀ ରାମ ଲାଲାଙ୍କ ସମର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାଣ ପ୍ରତିଷ୍ଠା ଉତ୍ସବ ବିଷୟରେ ଏହି ସୂଚନା ସୋମବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରଦାନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମଯରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭଗବତ, ରାଜ୍ୟପାଳ ଆନନ୍ଦ ବେନ ପଟେଲ, ରାମ ଜନ୍ମଭୂମି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ସମସ୍ତ ଟ୍ରଷ୍ଟୀ ମାନେ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *