ବିପଦରେ ଗୋ ସମ୍ପଦ ଦିନ ଦ୍ୱିପହରରେ ଚାଲିଛି ଗାଈ,ଗୋରୁ ଚାଲାଣ

ବିପଦରେ ଗୋ ସମ୍ପଦ ଦିନ ଦ୍ୱିପହରରେ ଚାଲିଛି ଗାଈ,ଗୋରୁ ଚାଲାଣ

କଳାହାଣ୍ଡି : ଦିନ ଦ୍ୱିପହରରେ ଅତି ନୁର୍ବଂଶ ଭାବରେ ବେଧଡକ ଚାଲିଛି ଗାଈ, ଗୋରୁ ଚୋରା ଚାଲାଣ । ଗାଈ ଗୋରୁ ଗୁଡ଼ିକୁ ଅତି କଦର୍ଯ୍ୟ ଭାବରେ ଧର୍ମଗଡ଼ ଠାରୁ ଆମପାଣି କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଶହଶହ ଗାଈ, ଗୋରୁଙ୍କୁ ଦଲାଲ ମାନେ ଚଲାଇ ଚଲାଇ ନେଉଛନ୍ତି । ଗୋରୁ ଦଲାଲ ମାନେ ଏହି ବିଜୁ ଏକ୍ସପ୍ରେସ ୱେ ରାସ୍ତା ଦେଇ ପଡୋଶୀ ଜିଲ୍ଲା ନବରଙ୍ଗପୁର ଏବଂ କୋରାପୁଟକୁ ନେଇଥାନ୍ତି । ସବୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଧର୍ମଗଡ଼ ଠାରୁ ଆମପାଣି ବିଜୁ ଏକ୍ସପ୍ରେସ ୱେ ରାସ୍ତା ପ୍ରାୟ ୪୦ କିଲୋମିଟର ମଧ୍ୟରେ ରହି ଥିବା ବେଳେ ଏହା ମଧ୍ୟ ଗୋତମୁଣ୍ଡା ଫାଣ୍ଡି ଏବଂ ଆମପାଣି ପୋଲିସ ଥାନା ହେଲେ ଗୋରୁ ଦଲାଲ ମାନେ ବିଜୁ ଏକ୍ସପ୍ରେସ ୱେ ରାସ୍ତାଅବରୋଧ କରି ଗୋରୁ ଗୁଡ଼ିକୁ ଚଲାଇ ଚଲାଇ ନେଇଥିଲେ ମଧ୍ୟ ଦେଖି ନ ଦେଖିଲା ଭଲି ରହୁଛି ପୋଲିସ ପ୍ରଶାସନ । ହେଲେ ଏଇଠି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ଗାଈ, ଗୋରୁ ଚୋରା ଚାଲାଣ ଦିଗରେ କୌଣସି ମନ୍ତ୍ରୀ, ନେତାର ହାତ ଅଛିକି କିମ୍ବା ଗୋରୁ ଦଲାଲ ମାନଙ୍କ ସହିତ ପୋଲିସ ପ୍ରଶାସନର ସଲାସୁତୁରା ଚାଲିଛି କି ଯେଉଁଠି ପାଇଁ କି ଗୋରୁ ଦଲାଲ ମାନେ କାହାକୁ ଖାତିର ନ କରି ଦିନ ଦ୍ୱିପହରରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ କରୁଛନ୍ତି ଗୋ ଚାଲାଣ ଏଭଳି ପୋଲିସ ପ୍ରଶାସନର କାର୍ଯ୍ୟକୁ ଦେଖି ବୁଦ୍ଧିଜୀବୀ ମହଲରେ ତ୍ରୀବ ଭାବରେ ନିନ୍ଦା କରୁଛନ୍ତି ।

Leave a Reply

Your email address will not be published. Required fields are marked *