Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆମେରିକାରେ କାର୍ ରାଲି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆମେରିକାରେ କାର୍ ରାଲି

ନୂଆଦିଲ୍ଲୀ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ସମାରୋହ । ପ୍ରଭୁ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠ ହେବ । ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି । ସୁନ୍ଦର ବେଶରେ ସଜେଇ ହୋଇଛି ଅଯୋଧ୍ୟ ନଗରୀ । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି । ସେପଟେ ଅ।ମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ଏହାର ପ୍ରସାର ପ୍ରଚାର କରୁଛନ୍ତି । ଶନିବାର ମେରିଲ୍ୟାଣ୍ଡରେ କାର୍ ଲାଇଟ୍ ଶୋ’ ହୋଇଥିବା ବେଳେ ଏଡିସନ ବା ନ୍ୟୁ-ଜର୍ସିରେ ଏକ କାର୍ ରାଲି ଆୟୋଜନ ହୋଇଛି । ଏହି ଶୋଭାଯାତ୍ରାରେ ପ୍ରାୟ ୩୫୦ କାର୍ ସାମିଲ ହୋଇଥିଲେ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି ୟ ହିନ୍ଦୁ ସମୁଦାୟ କାର୍ରେ ଭଗବାନ ରାମଙ୍କର ପତାକା ଲଗାଇ ପ୍ରଚାର କରୁଛନ୍ତି । ଭଗବାନ ରାମ ଓ ରାମ ମନ୍ଦିରର ବିଶାଳ ହୋଡିଙ୍ଗ୍ ଆମେରିକାର ୧୦ରୁ ଅଧିକ ରାଜ୍ୟରେ ଲାଗିଛି।

Leave a Reply