Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱର ଟପ୍‌-୩ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱର ଟପ୍‌-୩ ଅର୍ଥ ବ୍ୟବସ୍ଥାରେ ସାମିଲ ହେବ ଭାରତ

ନୂଆଦିଲ୍ଲୀ : ଭାଏବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଆମେ ଏକ ଲକ୍ଷ୍ୟ ସ୍ଥିର କରିଛୁ ଯେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ବେଳକୁ ଏହା ଏକ ବିକାଶଶୀଳ ଦେଶ ନୁହେଁ ବରଂ ଏକ ବିକଶିତ ଦେଶ ହେବ । ଆଜି ୨୫ ବର୍ଷର କାର୍ଯ୍ୟକାଳ ହେଉଛି ଭାରତର ଅମୃତ କାଳ । ଏହା ହେଉଛି ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ଏବଂ ଦୈନିକ ନୂତନ ସଫଳତାର ସମୟ । ଏହି ଅମୃତ କାଳରେ ଏହା ହେଉଛି ପ୍ରଥମ ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ । ତେଣୁ ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଛି । ଏହି ଶିଖର ସମ୍ମିଳନୀକୁ ଆସିଥିବା ୧୦୦ରୁ ଅଧିକ ଦେଶର ପ୍ରତିନିଧୀମାନେ ଭାରତର ବିକାଶ ଯାତ୍ରାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, କିଛି ସମୟ ପୂର୍ବରୁ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ଥିଲା, କିନ୍ତୁ ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି ।

Leave a Reply