Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩ ମହଲା ବିଶିଷ୍ଠ ହେବ ରାମ ମନ୍ଦିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩ ମହଲା ବିଶିଷ୍ଠ ହେବ ରାମ ମନ୍ଦିର


ନୂଆଦିଲ୍ଲୀ : ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ୨୨ ଜାନୁଆରୀରେ ସିଂହାସନରେ ବସିବେ ରାମଲଲା । ଏଥିପାଇଁ ଜୋରଦାର୍ ଚାଲିଛି ପ୍ରସ୍ତୁତି । ରାମମନ୍ଦିରକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ସମସ୍ତଙ୍କୁ ନିଶ୍ଚୟ ଜଣାଥିବା ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ୩ ମହଲା ବିଶିଷ୍ଠ । କିନ୍ତୁ ଜାଣନ୍ତି କି ଏହି ମନ୍ଦିରର ଏହି ୩ ମହଲାରେ କଣ କଣ ରହିଛି ଖାସ୍‌? ଆସନ୍ତୁ ଜାଣିବା ଅଯୋଧ୍ୟାରେ ର୍ନିମିତ ଭବ୍ୟ ମନ୍ଦିରକୁ ତିନି ମହଲାରେ ବିଭକ୍‌ତ କରାଯାଇଛି । ପ୍ରତ୍ୟେକ ମହଲାର ଉଚ୍ଚତା ୨୦ ଫୁଟ ୟ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତର ଟ୍ରଷ୍ଟ ଅନୁଯାୟୀ ମନ୍ଦିରର ପ୍ରଥମ ମହଲାରେ ୧୬୦ଟି ସ୍ତମ୍ଭ, ଦ୍ୱିତୀୟ ମହଲାରେ ୧୩୨ଟି ସ୍ତମ୍ଭ ଏବଂ ତୃତୀୟ ମହଲାରେ ୩୪ଟି ସ୍ତମ୍ଭ ରହିଛି । ତେବେ ପୁରା ମନ୍ଦିରରେ ୩୯୨ଟି ସ୍ତମ୍ଭ ଏବଂ ୪୪ଟି ଦ୍ୱାର ରହିଛି । ତେବେ ଆସନ୍ତୁ ଜାଣିବା ଅଯୋଧ୍ୟାରେ ର୍ନିମିତ ଭବ୍ୟ ମନ୍ଦିରର କେଉଁ ମହଲାରେ କ\’ଣ ରହିଛି ?ଦୀର୍ଘ ଦଶନ୍ଧିର ପରିଶ୍ରମ ପରେ ପ୍ରତିଷ୍ଠା ହେବାକୁ ଯାଉଛି ଅଯୋଧ୍ୟାର ରାମ ମନ୍ଦିର । ୨୨ ଜାନୁଆରୀ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ଭବ୍ୟ ମନ୍ଦିରରେ ବର୍ତ୍ତମାନ ଯାଏଁ ତଳ ମହଲାର କାମ ଶେଷ ହୋଇଛି ୟ ମନ୍ଦିରର ପ୍ରଥମ ମହଲାରେ ରହିଛି ମନ୍ଦିରର ଗର୍ଭଗୃହ । ଏହି ମହଲାରେ ରହିଛି ମୋଟ ୧୪ଟି କବାଟ ଏବଂ ୪ଟି ପ୍ରବେଶ ଦ୍ୱାର ରହିଛି । ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀ ରାମଙ୍କର ବାଲ୍ୟରୂପ ରହିବ । ଏହାସହିତ ମନ୍ଦିରର ଦ୍ୱିତୀୟ ମହଲାରେ ଭଗବାନ ଶ୍ରୀରାମଙ୍କର ଦରବାର ରହିବ । ଯେଉଁଠାରେ ଶ୍ରୀରାମଙ୍କର ଭବ୍ୟ ମୂର୍ତ୍ତିଗୁଡ଼ିକ ସଜାଯିବ । ଏଠାରେ ହିଁ ରାମଲଲା ବିରାଜିବେ ୟରୂପା ଏବଂ ଅନ୍ୟାନ୍ୟ ର˜ରେ ସଜାଯିବ ସିଂହାସନ । ଏହାସହିତ ମନ୍ଦିର ପରିସରରେ ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ମଧ୍ୟ ରହିବ । ତେବେ ପ୍ରଭୁ ଶ୍ରୀରାମଙ୍କ ଦରବାରରେ ଅନ୍ୟ ଦେବତାଙ୍କର ମନ୍ଦିର ମଧ୍ୟ ରହିବ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ କେବଳ ଦେଶ ନୁହେଁ ବିଶ୍‌ର ୫୫ଟି ଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଯୋଡିବା ପାଇଁ ପ୍ରୟାସ କରାଯାଉଛି । ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ବିଦେଶରେ ଏହି କାର୍ଯ୍ୟକ୍ରମ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।

Leave a Reply