Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ଦେଖିବ ଓଡ଼ିଶାର ବାନ୍ଧକଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ଦେଖିବ ଓଡ଼ିଶାର ବାନ୍ଧକଳା

ଭୁବନେଶ୍ୱର : ପ୍ରଭୁ ଶ୍ରୀ ରାମଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ଦେଶ ବିଦେଶର ବିଭିତ୍ତ କୋଣ ଅନୁକୋଣରୁ ଭକ୍ତ ମାନେ ପ୍ରଭୁ ଶ୍ରୀରାମ ଙ୍କ ପାଇଁ ନାନା ସାମଗ୍ରୀ ପହଂଚାଉଥିବା ବେଳେ ଓଡିଶାରୁ ରାମଲଲାଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାୀ । ରାମଙ୍କର ଚେତନାର ପ୍ରସାର ପାଇଁ ବରଗଡ଼ ଜିଲା କଟା ପାଲିର ଈଶ୍ୱର ମେହେର ପ୍ରସ୍ତୁତ କରିଛନ୍ତି ରାମ ସେତୁ ଶାୀ ୟଶାୀଟିକୁ ପ୍ରସ୍ତୁତ କରିବା ପାଇଁ ଦୀର୍ଘ ୫ ମାସ ଲାଗିଥିବା ବେଳେ ଖଦି କଟନ ସହ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇ ଅତି ସୂକ୍ଷ୍ମ କାରୁକାର୍ଯ୍ୟର ବାନ୍ଧରେ ଶାୀଟିକୁ ପ୍ରସ୍ତୁତ କରାଯାଇଛି ଯେଉଁ ଶାୀକୁ ଈଶ୍ୱରଙ୍କ ଭାଇ ଦୁସ୍ୟନ୍ତ ଦିଲ୍ଲୀ ଦରବାର କୁ ନେଇ ପହଞ୍ଚାଇଛନ୍ତି । ସାରା ଦେଶବାସୀ ଏବେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ୟଆସନ୍ତା ୨୨ତାରିଖରେ କିଏ ମନ୍ଦିରରେ ତ ଆଉ କିଏ ଘରେ ଦୀପ ଟିଏ ଜାଳିବା ଲାଗି ମନସ୍ତ ମଧ୍ୟ କରିଛନ୍ତି । ଏ ଭିତରେ ଓଡ଼ିଶାର କାରିଗର ବି ନିଜ ପ୍ରତିଭା ଓ କଳା ମାଧ୍ୟମରେ ରାମଲଲାଙ୍କ ଲାଗି କିଛି ନୂଆ କରିଛନ୍ତି । ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ହୋଇଛି ଏକ ନିଆରା ଶାି । ଏହି ଶାିରେ ସୂକ୍ଷ୍ମ କାରୁକାର୍ଯ୍ୟ ମାଧ୍ୟମରେ ତିଆରି କରାଯାଇଛି ରାମସେତୁ । ଯେଉଁଥିରେ ସମୁଦ୍ର ମଧ୍ୟରେ ତିଆରି ହୋଇଛି ସେତୁ । ମଝିରେ ବାନର ସେନା । ନଳ, ନୀଳ, ଅଙ୍ଗଦ, ଗୁଣ୍ଡୁଚି, ବାନରଙ୍କୁ ନେଇ ଶାିରେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଯାହାକୁ ତିଆରି କରିଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ସମ୍ବଲପୁରର ଶିଳ୍ପୀ ଈଶ୍ୱର ମେହେର । ସାରା ରାଜ୍ୟରେ ରାମ ନାମ ଗୁଞ୍ଜରଣ ହେଉଥିବାବେଳେ ଏମିତି ଏକ ସମୟରେ ନିଜ ସୂକ୍ଷ୍ମ କଳାର ପରିଚୟ ଦେଇଛନ୍ତି ଈଶ୍ୱର । ଯାହାକୁ ଦିଲ୍ଲୀରେ ପ୍ରଦର୍ଶିତ କରାଯାଇଛି ।

Leave a Reply