Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନେପାଳର ଜନକପୁରରୁ ଅଯୋଧ୍ୟାରେ ପହଞ୍ଚିଲା ୩୦୦୦ରୁ ଅଧିକ ଉପହାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନେପାଳର ଜନକପୁରରୁ ଅଯୋଧ୍ୟାରେ ପହଞ୍ଚିଲା ୩୦୦୦ରୁ ଅଧିକ ଉପହାର

ଅଯୋଧ୍ୟା: ସୀତାଙ୍କ ଜନ୍ମସ୍ଥାନ ନେପାଳର ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅଯୋଧ୍ୟାରେ ୩୦୦୦ରୁ ଅଧିକ ଉପହାର ଆଜି ଆସି ପହଞ୍ଚିଛି । ହଜାରେରୁ ଅଧିକ ପ୍ୟାକେଟ ଏବଂ ବାଲ୍‌ଟିରେ ଉପହାରଗୁଡ଼ିକ ଆସିଛି । ଏଥିସହିତ ସେହି ଅଞ୍ଚଳର ମିଠା ଏବଂ ଡ୍ରାଏ୍ ଫ୍ରୁଟ୍‌ସ ମଧ୍ୟ ରହିଛି । ଉପହାର ମଧ୍ୟରେ ରୁପା ଜୋତା, ଗହଣା, ପୋଷାକ, ଫଳ, ମିଠା ଆଦି ରହିଛି । ରାମ ଜାନକୀ ମନ୍ଦିରର ପୂଜକ ରାମ ରୋଶନ ଦାସ ସେସବୁ ଉପହାରକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌କୁ ପ୍ରଦାନ କରିଛନ୍ତି । ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଏସବୁକୁ ଗ୍ରହଣ କରିଛନ୍ତି । ଉପହାରଗୁଡ଼ିକୁ ୩ ଡଜନରୁ ଅଧିକ ଗାଡ଼ିରେ ଅଣାଯାଇଛି । ଏହି ଯାତ୍ରା ନେପାଳ ଜନକପୁର ଧାମସ୍ଥିତ ରାମ ଜାନକୀ ମନ୍ଦିରରୁ ବାହାରି ଅଯୋଧ୍ୟାରେ ପହଞ୍ଚିଛି । ରାମଙ୍କ ଶ୍ୱଶୁର ଘର ପକ୍ଷରୁ ୫୦୦ ଭକ୍ତ ଏସବୁ ଉପହାର ଆଣିଛନ୍ତି । ଅଯୋଧ୍ୟାରୁ ନେପାଳ ଜନକପୁରର ଦୂରତା ୫୦୦ କିମିରୁ ଅଧିକ ହେବ । ଏହି ପରିପ୍ରେକ୍ଷୀରେ ରାୟ କହିଛନ୍ତି ତ୍ରେତୟା ଯୁଗରୁ ଭାରତ ଏବଂ ନେପାଳ ମଧ୍ୟରେ ସଂପର୍କ ରହିଛି ।

Leave a Reply