Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

ବାରିପଦା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗ୍ରାମ ଉପରବେଡାର ଆରାଧ୍ୟ ଦେବତା ବଟକେଶ୍ୱର ବାବାଙ୍କ ଠାରେ ୧୪ଟି କଳସ ପୂଜାର୍ଚ୍ଚନା କରାଯାଇଥିଲା । କର୍ତ୍ତା ଭାବେ ବିଏମଏସର ତ୍ରିନାଥ ମହାନ୍ତ ସସ୍ତ୍ରୀକ ଦାୟିତ୍ୱ ନିଭାଇଥିବା ବେଳେ, ପୂଜକ ଭାବେ ସଂଜୟ ଷଡଙ୍ଗୀ ପୂଜାର୍ଚ୍ଚନା କରିଥିଲେ । ଭାରତୀୟ ମଂଜଦୁର ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପରବେଡା ବଟକେଶ୍ୱର ବାବା, ଗ୍ରାମ ଦେବତା ଜାହେରା, ସିନ୍ଦୁକେଶ୍ୱରୀ ମହାଦେବ ଓ ମା କମଳା – ବିମଳା ମନ୍ଦିରରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ପରେ ରାମଭକ୍ତଙ୍କ ଦ୍ୱାରା କଳସ ଯାତ୍ରା କରି ଘରେ ଘରେ ଅକ୍ଷତ ଓ ନିମନ୍ତ୍ରଣ ଦିଆଯାଇଥିଲା । ଏଥିରେ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ସଭାପତି ସରସ୍ୱତୀ ଟୁଡୁ, ବିଏମଏସର ରାଜ୍ୟ ଅଧିକାରୀ ନିଗମାନନ୍ଦ ପଟ୍ଟନାୟକ, ଶ୍ରୀ ରାମ ଅକ୍ଷତ ଯାତ୍ରାର ଜିଲ୍ଲାପାଳକ ବୀର କିଶୋର ମହାନ୍ତ, ଶ୍ୟାମଳେନ୍ଦୁ ପରିଡା, ଡମ୍ବରୁଧର ମହାନ୍ତ, ପ୍ରଶାନ୍ତ କୁମାର ମହାକୁଡ, ମୋହନ କୁମାର ଗିରି, ପରେଶ ଚନ୍ଦ୍ର ଗିରି ପ୍ରମୁଖ ଯୋଗ ଦେଇଥିଲେ । ବିଏମଏସର ମହିଳା ସଦସ୍ୟା ଘଟ ମୁଣ୍ଡାଇ ଗ୍ରାମରେ ଅକ୍ଷତ ବଣ୍ଟନରେ ସହଯୋଗ କରିଥିଲେ ।

Leave a Reply