Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୁବନେଶ୍ୱର ଚାରା ଦୁର୍ନୀତିର ଅଭିଯୁକ୍ତମାନେ କେବେ ଗିରଫ ହେବେ: ଅନିଲ ବିଶ୍ୱାଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୁବନେଶ୍ୱର ଚାରା ଦୁର୍ନୀତିର ଅଭିଯୁକ୍ତମାନେ କେବେ ଗିରଫ ହେବେ: ଅନିଲ ବିଶ୍ୱାଳ


ଭୁବନେଶ୍ୱର, ତା.୦୩/୦୧: ରାଜ୍ୟ ସରକାର ଆପାଦ ମସ୍ତକ ଦୁର୍ନୀତିରେ ବୁଡିଛନ୍ତି । କେବଳ ଭୁବନେଶ୍ୱରରେ ଗଛ ଲଗାଇବାରେ ୭କୋଟି ଟଙ୍କାର ଦୁର୍ନୀତି ହୋଇଛି । ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି । ହକି ବିଶ୍ୱକପ୍ ସମୟରେ ଲାଗିଥିବା ଗଛମାନଙ୍କର ଚିହ୍ନ ବର୍ଣ୍ଣ ଏବେ ନାହିଁ । ବଡ ଆଶ୍ଚର୍ଯ୍ୟ ଯେ, ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ପ୍ରମାଣିତ କରୁଛି ଯେ, କିଭଳି “ନବୀନ ଓଡ଼ିଶା”ରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ଗଛ ଗୁଡିକ ମଧ୍ୟ ଓଡ଼ିଶାର କୌଣସି ନର୍ସରୀରୁ କିଣା ନଯାଇ ବାହାର ରାଜ୍ୟର ନର୍ସରୀରୁ କିଣା ଯାଇଛି ତାହା ମଧ୍ୟ ଏକ ଚିନ୍ତାଜନକ କଥା । ଓଡ଼ିଶାରେ ଏତେ ନର୍ସରୀ ଥାଉ ଥାଉ ବାହାର ରାଜ୍ୟର ନର୍ସରୀରୁ ରାଜ୍ୟ ସରକାର କାହିଁକି ଚଢ଼ା ଦରରେ ଗଛ କିଣିଲେ ଏହାର ଜବାବ ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ଏସମସ୍ତ ଘଟଣାରେ ନିରପକ୍ଷ ତଦନ୍ତ ହେବା ଆବଶ୍ୟକ ଏବଂ ଯେଉଁମାନେ ଏହି ଚାରା ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ସେମାନେ ଗିରଫ ହୋଇ ଜେଲ୍ ଯିବା ଦରକାର ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।
ଓଡିଶାରେ ବନିକରଣ ଦୁର୍ନୀତିର ପରିମାଣ ଅତି ବ୍ୟାପକ । ଯଦି ଭୁବନେଶ୍ୱରରେ ସରକାର ଏଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ଦୁର୍ନୀତି କରିପାରୁଛନ୍ତି ତାହାଲେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟ୍‌ପାଟ୍ ହେଉଥିବ ତାହା ଅନୁମେୟ । କେବଳ କାମ୍ପା ଫଣ୍ଡରେ ୫ହଜାର ୯ଶହ କୋଟିର ଦୁର୍ନୀତି, ଓମ୍ବାଡସିରେ ୬ହଜାର କୋଟି ଟଙ୍କାର ଦୁର୍ନୀତି, ମହାନଦୀ ସବୁଜ ମିଶନରେ ୧୫୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହା ବାଦ୍ ଡିଏମ୍‌ଏଫ୍ ଫଣ୍ଡରେ ମଧ୍ୟ ବ୍ୟାପକ ପରିମାଣର ଅର୍ଥ ହରିଲୁଟ୍ ହୋଇଛି ଗଛ ଲଗାଇବା ନାଁରେ । ଏସମସ୍ତ ଦୁର୍ନୀତିକୁ ମିଶାଇଲେ ଓଡ଼ିଶାରେ ଯେତିକି କୋଟି ଟଙ୍କାର ଦୁର୍ନୀତି ଗଛ ଲଗାଇବାରେ ହୋଇଛି ତାହା ଲାଲୁ ଯାଦବଙ୍କର ଗୋଖାଦ୍ୟ ଚାରା ଦୁର୍ନୀତିକୁ ବଳିଯିବ । ଓଡିଶାରେ ଅଣଓଡ଼ିଆ ଅଫିସରଙ୍କର ଦୁର୍ନୀତିଖୋର ମନୋଭାବ ଓ ଓଡ଼ିଶାକୁ ତଳିତଳାନ୍ତ କରିବାର ଚକ୍ରାନ୍ତ ଓଡ଼ିଶାକୁ ବରବାଦ୍ କରିସାରିଲାଣି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave a Reply