Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟଶଙ୍କରଙ୍କ ସାମନାରେ ରାମଚରିତମାନସର ହିନ୍ଦୀ ଅନୁବାଦ କଲେ ରୁଷ ନାଗରିକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟଶଙ୍କରଙ୍କ ସାମନାରେ ରାମଚରିତମାନସର ହିନ୍ଦୀ ଅନୁବାଦ କଲେ ରୁଷ ନାଗରିକ

ନୂଆଦିଲ୍ଲୀ : ଭାରତର ବିଦେଶ ମନ୍ତ୍ରୀ ଏସ୍‌.ଜୟଶଙ୍କର ପାଞ୍ଚ ଦିନିଆ ରୁଷ ଗସ୍ତରେ ଅଛନ୍ତି । ନିଜ ଗସ୍ତରେ ସେ ନିଜ ରୁଷ ସମକକ୍ଷ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଗୁରୁବାର ବିଦେଶ ମନ୍ତ୍ରୀ ରୁଷରେ ଇଣ୍ଡୋଲଜିଷ୍ଟଙ୍କ ସହ ସେଣ୍ଟ ପିଟ୍ସବର୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଜଣେ ଇଣ୍ଡୋଲଜିଷ୍ଟ ରାମଚରିତମାନସର ହିନ୍ଦୀ ଅନୁବାଦ କରି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଚକିତ କରାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଇଣ୍ଡୋଲଜିଷ୍ଟ ସେମାନେଙ୍କୁ କୁହାଯାଏ, ଯେଉଁମାନେ ଭାରତୀୟ ସାହିତ୍ୟ, ଇତିହାସ, ଦର୍ଶନ ଆଦି ଉପରେ ଅଧ୍ୟୟନ କରନ୍ତି ୟବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଗୁରୁବାର କହିଥିଲେ ଯେ ସମ୍ପର୍କର ଗଠନରେ ସଂଚାର ଓ ପରସ୍ପର ପ୍ରତି ବୁଝାମଣା ଜରୁରୀ । ଆଜି ଆମେ ଏକ ବହୁଧ୍ରୁବୀୟ ଦୁନିଆରେ ବାସ କରୁଛି । ଏହା ଏପରି ଦୁନିଆ ନୁହେଁ ଯେଉଁଠି କେବଳ କିଛି ଦେଶଙ୍କ ଦରଦବା ରହିବ । ଅନ୍ତରାଷ୍ଟ୍ରୀୟ ସମ୍ପର୍କକୁ ବିକଶିତ କରିବା ସମୟରେ ମୋର ଫୋକସ୍ ଭାରତୀୟ ବିଶେଷତା ସହ ବୈଶ୍ୱିକ ସମ୍ପର୍କ ଉପରେ ରହିଛି ୟରୁଷର ସେଣ୍ଟ ପିଟ୍ସବର୍ଗରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଗୁରୁ ରବିନ୍ଦ୍ରନାଥ ଟାଗୋରଙ୍କ ନାଁରେ ସଂଚାଳିତ ଏକ ସ୍କୁଲ ପରିଦର୍ଶନ କରିଥିଲେ । ଏଠାରେ ବିଦେଶ ମନ୍ତ୍ରୀ ନୋବେଲ ପୁରସ୍କାର ବିଜେତା କବି ଗୁରୁ ରବିନ୍ଦ୍ରନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave a Reply