Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା- ପ୍ରାଣ ପ୍ରତୀଷ୍ଠା ସମାରୋହରେ ଅତିଥିମାନଙ୍କୁ ଗୀତା ପ୍ରେସ ପୁସ୍ତକ ପ୍ରଦାନ କରାଯିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା- ପ୍ରାଣ ପ୍ରତୀଷ୍ଠା ସମାରୋହରେ ଅତିଥିମାନଙ୍କୁ ଗୀତା ପ୍ରେସ ପୁସ୍ତକ ପ୍ରଦାନ କରାଯିବ

ଅଯୋଧ୍ୟା : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ସମାରୋହରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ସଂଙ୍ଘ ମୁଖ୍ୟ ସମେତ ଅନ୍ୟାନ୍ୟ ବିଶେଷ ଅତିଥିମାନେ ଗୀତାପ୍ରେସ ଅଯୋଧ୍ୟା ଦର୍ଶନ\’ର ପ୍ରସାଦ ପାଇବେ । ପ୍ରକୃତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଧାର୍ମିକ ପୁସ୍ତକ ପ୍ରଦାନ କରୁଥିବା ଗୀତା ପ୍ରେସ୍ ଏହି ପୁସ୍ତକ ମାଧ୍ୟମରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାଙ୍କ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବାକୁ ପଦକ୍ଷେପ ନେଇଛି । ଏହି ପୁସ୍ତକରେ ଅଯୋଧ୍ୟା ଇତିହାସ, ପ୍ରମୁଖ ମନ୍ଦିର, ତୀର୍ଥଯାତ୍ରା ଏବଂ ସାଂସ୍କୃତିକ ଗୁରୁତ୍ୱ ବିଷୟରେ ଏକ ପରିଚୟ ରହିଛି । ଅଯୋଧ୍ୟାରେ ଶ୍ରୀ ରାମ ଲଲାଙ୍କ ସମର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି ଉତ୍ସବରେ ଗୀତା ପ୍ରେସ୍ ମଧ୍ୟ ସହଯୋଗ କରିବାକୁ ଯାଉଛି । ଏହି ଏ÷ାତିହାସିକ କାର୍ଯ୍ୟକ୍ରମରେ ଗୀତା ପ୍ରେସ ଦ୍ୱାରା ପ୍ରସ୍ତୁତ ପୁସ୍ତକ ଗୁଡିକୁ ପ୍ରସାଦରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଯାହା ଯୋଗ ଦେଇଥିବା ଭକ୍ତମାନଙ୍କୁ ଶ୍ରୀ ରାମ ମଣ୍ଡିର ତିର୍ଥ କ୍ଷେତ୍ରର ଟ୍ରଷ୍ଟ ପ୍ରଦାନ କରିବ । ଏହି ପୁସ୍ତକ ଗୁଡିକରେ ଅଯୋଧ୍ୟା ଦର୍ଶନ, ଅଯୋଧ୍ୟା ମହାତ୍ମା, କଲ୍ୟାଣ ପାତ୍ରିକାରେ ଶ୍ରୀ ରାମଙ୍କ ଏବଂ ଗୀତା ପ୍ରେସର ଡାଏରୀ ଅନ୍ତର୍ଭୁକ୍ତ ହେବ ।

Leave a Reply