Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ବର୍ଷ ୨୦୨୪ର ସେଲିବ୍ରେସନ୍‌? କରିବାକୁ ନିଷେଧାଦେଶ ଦିଆଯାଇଛି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଏହା ଘୋଷଣା କରିଛନ୍ତି । ଯୁଦ୍ଧଗ୍ରସ୍ତ ଗାଜା ଲୋକଙ୍କ ପ୍ରତି ଏକତା ପ୍ରଦର୍ଶନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଜାତିର ଏକ ସମ୍ବୋଧନରେ କାକର ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ । ସେ କହିଛନ୍ତି, ‘ପାଲେଷ୍ଟାଇନର ପରିସ୍ଥିତି ଅତି ଚିନ୍ତାଜନକ । ଏହାକୁ ଧ୍ୟାନରେ ରଖି ପାଲେଷ୍ଟାଇନ ବାସୀଙ୍କ ପାଇଁ ସରକାର କୌଣସି ନୂଆ ବର୍ଷର କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି, ନିର୍ଦ୍ଦୋଷର ହତ୍ୟାକାଣ୍ଡକୁ ନେଇ ସମଗ୍ର ପାକିସ୍ତାନ ଏବଂ ମୁସଲମାନ ଜଗତ ଅତ୍ୟନ୍ତ କ୍ରୋଧିତ । ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଯୁଦ୍ଧରେ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ । ଗାଜାର ୨.୩ ନିୟୁତ ଲୋକଙ୍କର ମଧ୍ୟରୁ ୮୫ ପ୍ରତିଶତ ଲୋକ ନିଜ ଘର ଛାଡିଛନ୍ତି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶ ପାଲେଷ୍ଟାଇନକୁ ୨ ଟି ସହାୟତା ପ୍ୟାକେଜ ପଠାଇଛି ଏବଂ ତୃତୀୟ ପ୍ୟାକେଜ ପଠାଇବାକୁ ପ୍ରସ୍ତୁତ ହେଉଛି । ଏଥିପାଇଁ ଇସଲାମିକ ଗୋଷ୍ଠୀ ପାକିସ୍ତାନରେ ନୂଆ ବର୍ଷ ପାଳନ କରିବ ନାହିଁ । ଏହି ଲୋକମାନେ ବଳ ପ୍ରୟୋଗ ସମେତ ବିଭିନ୍ନ ଉପାୟରେ ଉତ୍ସବକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply