Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି ୮୪ କୋସୀ ପରିକ୍ରମା ମାର୍ଗରେ ହୋଇପାରିବନି ମଦ ବିକ୍ରି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି ୮୪ କୋସୀ ପରିକ୍ରମା ମାର୍ଗରେ ହୋଇପାରିବନି ମଦ ବିକ୍ରି

ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ଆୟୋଜନ ହେବ । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ଜୋ?ର୍ସୋ?ର୍ରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ନୂଆ ବିମାନବନ୍ଦର, ରେଳ ଷ୍ଟୋସନ୍ ଆଦିର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅଯୋଧ୍ୟାର ୮୪ କୋସୀ ପରିକ୍ରମା ମାର୍ଗରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଉତ୍ତରପ୍ରଦେଶ ଅବକାରୀ ମନ୍ତ୍ରୀ ନୀତିନ ଅଗ୍ରୱାଲ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି । ଏହି ଏରିଆ ମଧ୍ୟରେ ମଦ ବିକ୍ରି କରିବା କିମ୍ବା ପିଇବା ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ପୂର୍ବରୁ ଏହି ଏରିଆଗୁଡ଼ିକରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଶ୍ରୀ ଚମ୍ପତ ରାୟଙ୍କୁ ଭେଟିଥିଲେ । ସେ ହିଁ ପରିସର ନିକଟସ୍ଥ ଅଞ୍ଚଳକୁ ମଦ ମୁକ୍ତ ଅଞ୍ଚଳ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ୮୪ କୋଶି ପରିକ୍ରମା ମଦ ମୁକ୍ତ ଅଞ୍ଚଳ କରିବାକୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ବୋଲି ମନ୍ତ୍ରୀ ନୀତିନ ଅଗରୱାଲ୍ କହିଛନ୍ତି । ସୂଚନା ଥାଉକି, ଅଯୋଧ୍ୟା ସହିତ ଫୈଜାବାଦ, ବସ୍ତି, ଆମ୍ବେଦକର ନାଗର ଏବଂ ସୁଲତାନପୁର ଅଞ୍ଚଳ ମଧ୍ୟ ୮୪ କୋସି ପାରିକ୍ରମା ମାର୍ଗରେ ଆସୁଛି, ଏହିସବୁ ଅଞ୍ଚଲରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ । ସେହିପରି ଏଠାରେ ପୂର୍ବରୁ ଥିବା ମଦ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରାଯିବ । ମନ୍ତ୍ରୀ ନୀତିନ ଅଗ୍ରୱାଲ କହିଛନ୍ତି ଯେ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜାରି ରହିଛି । ଡିସେମ୍ବର ୨୦ ତାରିଖରେ ପ୍ରଧାନମନତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଅଯୋଧ୍ୟ ରେଳ ଷ୍ଟେସନର ନାଁ ବଦଳି ଅଯୋଧ୍ୟ ଧାମ ରଖାଯାଇ ସାରିଛ

Leave a Reply