Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀଳଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀଳଗିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୨୧ତମ ବାର୍ଷିକ ଉତ୍ସବ ଉଦ୍‌ଯାପିତ

ନୀଳଗିରି, ୨୪/ ୧୨ (ଶ୍ରୁ.ମି) -ନୀଳଗିରି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୧ ତମ ବାର୍ଷିକ ଉତ୍ସବ ୨୦୨୩-୨୪, ଏକ ମନୋଜ୍ଞ ପରିବେଶ ଭିତରେ ଉଦଯାପିତ ହୋଇଯାଇଛି । ଅପରାହ୍ନ ୩ ଘଟିକା ସମୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍‌ର ଜିଲ୍ଲା ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରି, ଆନୁଷ୍ଠାନିକ ଭାବେ ଉତ୍ସବ କୁ ଉଦ୍ଘାଟନ କରିଥିଲେ । ପ୍ରଥମେ ବେଦ ମନ୍ତ୍ର ଉଚ୍ଚାରଣ କରି , ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍‌୍ୱାଗତ କରି ଥିଲେୟ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପୂର୍ବତନ ଶିକ୍ଷକ ତଥା ବିଦ୍ୟାଳୟ ର ସଭାପତି ଦୈତାରୀ ବାରିକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଅବସର ପ୍ରାପ୍ତ ସେନା କର୍ମଚାରୀ ତଥା ବିଦ୍ୟାଳୟ କମିଟି ର କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ମଞ୍ଚାସିନ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍‌ତା ଭାବେ ସ୍ୱଦେଶୀ ଜାଗରଣର ପ୍ରାନ୍ତ ସହ ସଂଯୋଜକ ର୍ନିମଳ କୁମାର ଷଡ଼ଙ୍ଗୀ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ପାଦକ ନରୋତ୍ତମ ସିଂ ନିଜ ନିଜର ସାର ଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେୟ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ , ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସ୍‌ଚେତା ରାଉଳ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ମଞ୍ଚାସିନ ଅତିଥି ବୃନ୍ଦ ବିଦ୍ୟାମନ୍ଦିର ପକ୍ଷରୁ ଉତ୍ତରୀୟ ଓ ସମ୍ବର୍ଦ୍ଧନା ପ୍ରଶସ୍ତି ଦେଇ, ସାମ୍ବାଦିକ, ପୂର୍ବତନ ଛାତ୍ର ଛାତ୍ରୀ,ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରିଥିଲେ । ବିଦ୍ୟାମନ୍ଦିର ପକ୍ଷରୁ ବିଭିତ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନିମନ୍ତ୍ରିତ ସାମ୍ବାଦିକ ଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ବାରିକ, ଅଶେଷ ଅଶେଷ କୁମାର ସ, ବ୍ରଜକିଶୋର ପାଣି, ପୁରୁଷୋତ୍ତମ ଦାସ, ଉମାକାନ୍ତ ରାଉତ,ଜଗତ୍ତାଥ ଦାସ, ପାର୍ଥସାରଥି ଦାସ ବାବୁ, ଜଗତ୍ତାଥ ପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଗୁରୁଜୀ ନରୋତ୍ତମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାମନ୍ଦିର ର ଗୁରୁଜୀ ଗୁରୁମା ମାନଙ୍କ ମଧ୍ୟରେ , ମହେନ୍ଦ୍ର ବାରିକ, ରବୀନ୍ଦ୍ର ବାରିକ, ସମର୍ପିତା କାନୁନଗୋ, ପଦ୍ମାବତୀ ରାଉତ, ଦିପ୍ତୀରେଖା ପରିଡା, ବୈଜୟନ୍ତୀ ବେହେରା, ମମତା ବିଶ୍ୱାଳ,ଶିକ୍ଷକ କର୍ମଚାରୀ ଙ୍କ ମଧ୍ୟରେ ପ୍ରିୟଙ୍କା ବାରିକ ପ୍ରମୁଖ ବାର୍ଷିକ ଉତ୍ସବ କୁ ପରିଚାଳନା ରେ ସହଯୋଗ କରିଥିଲେ

Leave a Reply