ଅସହ୍ୟ ଅପମାନ

-ରବିନାରାୟଣ ପଣ୍ଡା-
କିଛି ବର୍ଷ ହେଲା ସରକାରୀ ଅଧିକାରୀଙ୍କ ପ୍ରୋତ୍ସାହନ ରେ ଜଗନ୍ନାଥ ମନ୍ଦିର ର ପରମ୍ପରା କୁ ବାରମ୍ବାର ଭଙ୍ଗା ଯାଉଛି କିମ୍ବା ଭାଙ୍ଗିବାର ପ୍ରଚେଷ୍ଟା କରାଯାଉଛି l ନିକଟ ଅତୀତ ରେ ଜଣେ କ୍ୟାବିନେଟ ମନ୍ତ୍ରିଙ୍କ ଯୋଜନାରେ ଜଣେ ହିନ୍ଦୁ ବିରୋଧୀ ପ୍ରଚାରିକାକୁ ଯେପରି ମନ୍ଦିର ଭିତରେ ଆତିଥ୍ୟ ପ୍ରଦାନ କରାଗଲା ତାହା ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଛି l ଅନେକ ଭକ୍ତ ଏହି ଘଟଣା ରେ ମର୍ମାହତ l ସେହି ମହିଳା ଙ୍କୁ ମନ୍ଦିରରେ ପ୍ରବେଶ କରାଯାଇଛି ଯିଏ ଗୋମାଂସ ଭକ୍ଷଣ କରିବାଳୁ ପ୍ରୋତ୍ସାହନ ଦେଉଥିବାର ଚିତ୍ର ଗଣମାଧ୍ୟମ ରେ ଦେଖିବାକୁ ମିଳୁଛି l ବୁର୍ଖା ପିନ୍ଧି ଇସଲାମ ଆଚାର, ବିଚାର ର ପ୍ରଚାର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି l

ଜଗନ୍ନାଥ ଜଗତର ନାଥ l ତାଙ୍କ ମହିମା ଯୁଗେ ଯୁଗେ ଭକ୍ତମାନଙ୍କ ଦ୍ୱାରା ପ୍ରଚାରିତ ହୋଇ ଆସିଛି l ଏହି କଥା ପ୍ରତ୍ୟେକ ଓଡ଼ିଆ ଭଲଭାବେ ଜାଣିଛନ୍ତି l ସେତ ଭାବବିନୁଦିଆ, ଭାବ ରେ ବନ୍ଧା l କୌଣସି ବ୍ୟବସାୟୀ ବୁଦ୍ଧି ଵାଲା ଅଣଓଡ଼ିଆ ଏହି ବିଷୟକୁ ବୁଝିବା ସହଜ ପ୍ରକ୍ରିୟା ନୁହେଁ l ଜଗନ୍ନାଥ ମହିମା ଅବିରତ ପ୍ରଚାରିତ ହୋଇଚାଲିଛି ସ୍ୱୟଂ ସମ୍ପୂର୍ଣ ରାସ୍ତାରେ l ଓଡିଶାର ପରିଚୟ ପ୍ରଭୁ ଜଗନ୍ନାଥ l କୋଟି କୋଟି ଓଡ଼ିଆଙ୍କ ଭାବାବେଗ ପ୍ରଭୁ ଜଗନ୍ନାଥଙ୍କ ସହ ସେ ଯୋଡି ହୋଇ ରହିଛି l ଓଡ଼ିଆ ଙ୍କୁ ଅଣଦେଖା କରି ଭଡାଟିଆ ପ୍ରଚାରକ ଆଣି ପ୍ରଚାର କରିବାର ଆବଶ୍ୟକତା କଣ ଅଛି? ଯେଉଁଠି ଓଡ଼ିଶାର ଭକ୍ତମାନେ ମନ୍ଦିର ପ୍ରବେଶ ପାଇଁ ଯନ୍ତ୍ରଣା ପାଉଛନ୍ତି, ସେଠି ଅଣଓଡ଼ିଆ, ହିନ୍ଦୁ ବିରୋଧୀ ଙ୍କ ପାଇଁ ଚାରିଦୁଆର ଖୋଲିହୋଇ ଯାଉଛି କାହିଁକି?
        ପରମ୍ପରା କୁ କଳଙ୍କିତ କରିବାର ସାହସ ଦୁଇଟି କାରଣରୁ ହୋଇଥାଏ l ପ୍ରଥମ ଅଜ୍ଞାନତା ଓ ଦ୍ୱିତୀୟ ଟି ହେଉଛି ଅହଂକାର l ଅଜ୍ଞାନତା ଅର୍ଥ ମୂର୍ଖାମୀ, ଜଣେ ଭାରତୀୟ ପ୍ରଶାସନିକ ସେବା ର ଅଧିକାରୀ ମୂର୍ଖ ହୋଇଥିବେ ଏହା କଳ୍ପନା କରିବା କଷ୍ଟକର l କିନ୍ତୁ ସତ୍ୟ ଯେତେବେଳେ ସାମ୍ନାରେ ଅଛି ତାକୁ ଅବହେଳା କରାଯାଇ ପାରିବ ନାହିଁ l କିଛି ବନ୍ଧୁ ଗଣମାଧ୍ୟ୍ୟମ ରେ ଲେଖୁଛନ୍ତି ଓଡିଶା ରେ ଅନେକ ଶିକ୍ଷିତ ମୂର୍ଖ ଅଛନ୍ତି ସମ୍ଭତଃ ସେମାନଙ୍କ ଭିତରୁ ସେ ଜଣେ l ଯଦି ସେ ଶିକ୍ଷିତ ମୂର୍ଖ ହୋଇଥାନ୍ତି ତାହେଲେ ଓଡିଶା ବାସୀଙ୍କ ତ୍ରୁଟି ଯେ ସେମାନେ ଜଣେ ମୂର୍ଖଙ୍କୁ ସହନ କରୁଛନ୍ତି l ଓଡ଼ିଶାର ବିଦ୍ୱାନ ମାନେ, ଜଗନ୍ନାଥ ଭକ୍ତ ମାନେ, ରାଜନୈତିକ ବିଶାରଦମାନଙ୍କ ନିକଟରେ ଏପରି ସହନ ଶକ୍ତି ସମୂଳେ ଧ୍ବଂସ ହେବା ଉଚିତ l ସେମାନେ ମଧ୍ୟ ଶୀଘ୍ର ନିଜକୁ ପ୍ରସ୍ତୁତ କରିନେବା ଉଚିତ l
କିନ୍ତୁ ଯଦି ଅହଂକାର ହୋଇଥିବ ତାହେଲେ ଏହା ଆମ ସମସ୍ତଙ୍କ ପାଇଁ ଅପମାନ l ଉତ୍କଳ ଦେବତାଙ୍କ ଅପମାନ ର ପ୍ରତିଶୋଧ ନେବା ପାଇଁ କେହିଜଣେ ଖାରବେଳ ହେବାର ସମୟ ଉପନୀତ ବୋଲି ଭାବିବା ଉଚିତ l ଖାରବେଳ ଯିଏ ଓଡ଼ିଶାର ଅପମାନ କୁ ଧୋଇ ଦେଇଥିଲେ, ସମ୍ପୂର୍ଣ ଓଡିଶାକୁ ପୁନଃ ସଂଗଠିତ କରିଥିଲେ, ଓଡିଶା ସ୍ୱାଭିମାନ ର ପ୍ରତୀକ ହୋଇଯାଇଥିଲେ l ଯାହାଙ୍କ ନେତୃତ୍ୱ ରେ ଓଡିଶା ରେ ନବଜାଗରଣ ଆସିଥିଲା l ବର୍ତମାନ ସ୍ଥିତିରେ ସେହିଭଳି ନେତୃତ୍ୱ ଅତ୍ୟାବଶ୍ୟକ ହୋଇପଡିଛି l

ଅନ୍ୟ ଗୋଟିଏ ଦିଗ ହେଉଛି ମନ୍ଦିର ପୂଜକ l ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରିଥିଲେ ସେମାନେ କାହିଁକି ସଂଘବଦ୍ଧ ହେଲେ ନାହିଁ, ବିରୋଧ କଲେନାହିଁ? ଇନ୍ଦିରାଗାନ୍ଧୀଙ୍କ ଇସଲାମ/ପାର୍ସୀ ସମ୍ପର୍କ କୁ ନେଇ ଯେଉଁମାନେ ବିରୋଧ କରିଥିଲେ ସେମାନେ ଆଜି କାହିଁକି ନିରବ ହୋଇଗଲେ l ଦୋହରା ମାନଦଣ୍ଡର କାରଣ କଣ ଅଛି? ଯେଉଁମାନେ ଦିନେ ଦେଶର ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଙ୍କୁ ବିରୋଧ କରି ଫେରେଇ ଦେଇଥିଲେ,କାହିଁକି ସେମାନେ ମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ସାହସ କରିପାରିଲେନି? ମୁକ୍ତିମଣ୍ଡପ, ପରିଚାଳନା ସମିତି,36 ନିଯୋଗ ଆଦି ସମସ୍ତଙ୍କୁ ଏହାର ଉତ୍ତର ଖୋଜିବାକୁ ପଡିବ l ଗଣମାଧ୍ୟମ ରେ ଯେଉଁ ପ୍ରମୁଖ ଉତ୍ତର ଆସୁଛି ତାହା ହେଲା ଏମାନଙ୍କର ସାମୁହିକ ବିରୋଧ କରିବାର ସାହସ ସମାପ୍ତ ହୋଇଯାଇଛି କିମ୍ବା ଏମାନେ ଭୟ ଗ୍ରସ୍ତ ହୋଇଯାଇଛନ୍ତି l ଯଦି ସାହସ ସମାପ୍ତ ହୋଇଯାଇଛି ତାହେଲେ କୌଣସି ଶକ୍ତିର ଷଡଯନ୍ତ୍ର ରେ ଓଡିଶା ଶକ୍ତିହିନ ହେଉଛି l ସେହି ଜଣା /ଅଜଣା ଶକ୍ତିକୁ ସମାପ୍ତ କରିବାର ସମୟ ଉପନୀତ ହୋଇଛି l ଯଦି ଏମାନେ ଭୟଭୀତ ହୋଇଛନ୍ତି ତାହେଲେ କେହି ଜଣେ କଳିଙ୍ଗ ବୀରଙ୍କୁ ଭୟଭୀତ କରୁଛି l ଓଡିଶା ଶାସନ, ପ୍ରଶାସନ, ସମାଜ ଶକ୍ତି ସଂଗଠିତ ପ୍ରୟାସ କରି ଏହି ଆସୁରିକ ଶକ୍ତିକୁ ପ୍ରତିହତ କରିବାକୁ ପଡିବ l କଳିଯୁଗରେ ସଂଗଠିତ ଶକ୍ତି ମାଧ୍ୟମରେ ଧର୍ମ ସଂସ୍ଥାପନା ହେବ ବୋଲି ମହାପୁରୁଷମାନେ କହିଯାଇଛନ୍ତି l ତେଣୁ ସପୂର୍ଣ ଓଡିଶାକୁ ନିଜ ଆରାଧ୍ୟ ଦେବତାଙ୍କ ପାଇଁ ସଂଗଠିତ ହୋଇ ଲଢ଼ିବାକୁ ପଡିବ l ଅତି ଶୀଘ୍ର ଏହି କାର୍ଯ୍ୟ ସମ୍ପାଦନ ନହେଲେ ଗୋଟିଏ ସ୍ୱାଭିମାନୀ ଜାତି ଅନେକ ଯନ୍ତ୍ରଣା ଭୋଗିବ l

ମଠସାହି, ଭଦ୍ରକ
9437017857

Leave a Reply

Your email address will not be published. Required fields are marked *