Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୂଳାପାଳ ଲିଙ୍ଗେଶ୍ୱର ସରସ୍ୱତୀ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୂଳାପାଳ ଲିଙ୍ଗେଶ୍ୱର ସରସ୍ୱତୀ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ

ତକୋରେଇ : କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ଲିଙ୍ଗେଶ୍ୱର ସରସ୍ୱତୀ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ପାଳିତ ହୋଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ୨୫୦ ଜଣ ଶିଶୁ ଗାଣିତିକ ଚିତ୍ର ପ୍ରଦର୍ଶନୀ, ଗାଣିତିକ କ୍ୱିଜ ଓ ପଣକିଆ କ୍ୱିଜରେ ଭାଗ ନେଇଥିଲେ । ସେଥିରୁ ୯୦ଜଣ କୃତିତ୍ୱ ଅର୍ଜ୍ଜନ କରିଥିଲେ । ସେମାନଙ୍କ ପାଇ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥିଭାବେ ଟ୍ରେଟାହେଡ୍ରନ +୨ କଲେଜ, କଟକର ଚେୟାରମ୍ୟାନ ତ୍ରିବେଦ ବେହେରା, ସମ୍ମାନୀତ ଅତିଥିଭାବେ ସଙ୍କୁଳ ପ୍ରମୁଖ ଅଶୋକ କୁମାର ଶତପଥି ଓ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଗୋଲକ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରୀପାଠୀ ଅତିଥି ପରିଚୟ ଓ ଗଣିତ ପ୍ରମୁଖ ନକୁଳ ଗୁରୁଜୀ ବୃତ କଥନ ପ୍ରଦାନ କରିଥିଲେ । ସମୁଦାୟ କାର୍ଯ୍ୟକ୍ରମକୁ ଭାସ୍କର ଗୁରୁଜୀ, ଅଳକା ଗୁରୁମା, ମାଧବୀ ଗୁରୁମା, ଅଜାରାଜିତା ଗୁରୁମା, ଜ୍ୟୋତି ଗୁରୁମା, ପଦ୍ମଲୋଚନ ଗୁରୁଜି, ଦେବବ୍ରତ ଗୁରୁଜୀ ତଥା ଅନ୍ୟାନ ଗୁରୁଜୀ/ଗୁରୁମା ପରିଚାଳନା କରି କୃତି ବିଦ୍ୟାର୍ଥିଙ୍କୁ ଚୟନ କରିଥିଲେ । ବିଦ୍ୟାଳୟକୁ ଏକ ଧ୍ୱନୀ ଯନ୍ତ୍ର ଟେଟ୍ରାହେଡନ କଲେଜ ପକ୍ଷରୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply