Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶ୍ୱଶୁର ଘରୁ ଉପହାର ପାଇବେ ପ୍ରଭୁ ଶ୍ରୀରାମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶ୍ୱଶୁର ଘରୁ ଉପହାର ପାଇବେ ପ୍ରଭୁ ଶ୍ରୀରାମ

ଅଯୋଧ୍ୟା : ଅଯୋଧ୍ୟାରେ ବର୍ତ୍ତମାନ ଉତ୍ସବମୁଖର ପରିବେଶ । ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠାକୁ ନେଇ ସଜେଇ ହେଉଛି ଅଯୋଧ୍ୟା । ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ରାମଲାଲାଙ୍କ ପ୍ରତିମୂର୍ତ୍ତି । ଏଣୁ ବର୍ତ୍ତମାନଠାରୁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ତେବେ ଖବର ଆସିଛି ଯେ, ଭଗବାନ ରାମଙ୍କ ଶ୍ୱଶୁର ଘରୁ ଅର୍ଥାତ୍ ମିଥିଳାରୁ ରାମଙ୍କ ପାଇଁ ପାନ ଆସିବ । କିମ୍ବଦନ୍ତୀ ଅନୁସାରେ, ମାତା ସୀତାଙ୍କର ଜନ୍ମ ମିଥିଳା ପ୍ରଦେଶରେ ହୋଇଥିଲା । ମିଥିଳା ରାଜା ଜନକଙ୍କର ସେ ପୁତ୍ରୀ ଭାବେ ପାଳିତ ହୋଇଥିଲେ । ଏଣୁ କିମ୍ବଦନ୍ତୀ ଅନୁସାରେ ରାମଙ୍କର ଶ୍ୱଶୁର ଘରୁ ପାନ, ପଗଡ଼ି ଓ ପଦ୍ମ ମଞ୍ଜି ଆସିବ ବୋଲି ଜଣା ପଡ଼ିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସରଜୁ ନଦୀର ପବିତ୍ର କୂଳରୁ ଆରମ୍ଭ କରି ଏହାର ପ୍ରତ୍ୟେକ ସ୍ଥାନ, ପ୍ରତ୍ୟେକ କୋଣ ମହକି ଉଠୁଛି । ରାମ ମନ୍ଦିରର ଦୃଶ୍ୟ ଦେଖିଲେ ଲାଗୁଛି, ରାମ କେବଳ ଅଯୋଧ୍ୟାବାସୀଙ୍କର ରାଜା ନଥିଲେ ବରଂ ପୁରା ବିଶ୍ୱର ରାଜା ଥିଲେ । ବର୍ତ୍ତମାନ ୧୪୦ କୋଟି ଭାରତୀୟଙ୍କ ଦ୍ୱାରା ଆଦୃତ ରାମ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯିବ । ଜୋରସୋର ଭାବେ ଆଗେଇ ଚାଲିଛି ମନ୍ଦିର ନିର୍ମାଣ କାର୍ଯ୍ୟ । ତେବେ ଏହି ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଭୁ ରାମଙ୍କ ପାଇଁ ଉପହାର ଗ୍ରହଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଏହା ମଧ୍ୟରେ ପ୍ରଭୁଙ୍କ ପାଇଁ ପଗଡ଼ି, ପାନ ଓ ପଦ୍ମ ମଞ୍ଜି ଶ୍ୱଶୁର ଘରୁ ଆସିବ ବୋଲି ଜଣା ପଡ଼ିଛି । ପାଟଣାର ମହାବୀର ମନ୍ଦିରରୁ ପଗଡ଼ି, ପାନ ପଦ୍ମ ମଞ୍ଜିକୁ ମିଥିଳାସ୍ଥିତ ରାମଙ୍କର ଶ୍ୱଶୁର ଘରକୁ ଯିବ । ପରେ ଏହାକୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ମନ୍ଦିରକୁ ପଠାଯିବ । ରାମମନ୍ଦିର ନିର୍ମାଣ ପାଇଁ ଦେଶର ବିଭିନ୍ନ ନଦୀରୁ ପବିତ୍ର ଜଳ ଆସିଥିଲା, ସେହି ଜଳ ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛି । ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିବା ବେଳେ ବର୍ତ୍ତମାନ ଏହି ମନ୍ଦିର ନିର୍ମାଣ କରାଯାଉଛି । ଅନ୍ୟପଟେ ରାମଲାଲାଙ୍କ ପୋଷାକଠାରୁ ଆରମ୍ଭ କରି ତାଙ୍କ ନୈବେଦ୍ୟ ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି । ଦେଶର ବିଭିନ୍ନ ମନ୍ଦିରରୁ ରାମଲାଲାଙ୍କ ପାଇଁ ଉପହାର ଆସୁଛି ।

Leave a Reply