Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଣିକି ବିନା ଆଧାରରେ ଆଉ ମିଳିବନି ନୂଆ ସିମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଣିକି ବିନା ଆଧାରରେ ଆଉ ମିଳିବନି ନୂଆ ସିମ

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ ସଂସଦର ଉଭୟ ସଦନରେ ପାରିତ ହୋଇଛି ଟେଲିକମ୍ ବିଲ୍‌-୨୦୨୩ । ଆଉ ଏବେ ଖାଲି ଅପେକ୍ଷା ମହାମହିମ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ । ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଏହି ବିଲ୍ ଏକ ଆଇନରେ ପରିଣତ ହେବ । ଏହି ବିଲ୍ ଆଇନ୍ ରେ ପରିଣତ ହେବା ପରେ ନୂଆ ମୋବାଇଲ ନମ୍ବର ଆଣିବା ପ୍ରକ୍ରିୟାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି । ନୂଆ ମୋବାଇଲ୍ ସିମ୍ କାର୍ଡ କିଣିବା ପାଇଁ ଆବଶ୍ୟକ ପରିଚୟ \’ବାୟୋମେଟ୍ରିକ୍‌\’ ହେବ ବୋଲି ଏହି ବିଲ୍ରେ ଦର୍ଶାଯାଇଛି । ବର୍ତ୍ତମାନ, କେବଳ ଆଧାର ନମ୍ବର ମାଧ୍ୟମରେ ହିଁ କଣଉ ବାୟୋମେଟ୍ରିକ୍ ହୋଇପାରୁଛି । ଆଧାର ଛଡ଼ା ଅନ୍ୟ କୌଣସି ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍ ହେଉନାହିଁ । ତେଣୁ ଯେଉଁ ବ୍ୟକ୍ତିମାନଙ୍କ ଆଧାର କାର୍ଡ ନ ଥିବ ସେମାନେ ନୂତନ ସିମ୍ କାର୍ଡ କିଣିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି । ଏହି ନୂଆ ବିଲ୍ ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ଅଧିନିୟମର ସ୍ଥାନ ନେବ । ଭାରତୀୟ ଟେଲିଗ୍ରାଫ ଅଧିନିୟମ ବର୍ତ୍ତମାନ ଟେଲିକମ୍ କ୍ଷେତ୍ରକୁ ପରିଚାଳନା କରୁଛି । ଏହି ବିଲ୍ ଇଣ୍ଡିଆନ୍ ୱେୟାରଲେସ୍ ଟେଲିଗ୍ରାଫ ଆକ୍ଟ, ୧୯୩୩ ଏବଂ ଟେଲିଗ୍ରାଫ ୱୟାର ଆକ୍ଟ, ୧୯୫୦ର ସ୍ଥାନ ନେବ । ଏହି ବିଲରେ ଟ୍ରାଇ ଆଇନ, ୧୯୯୭ରେ ମଧ୍ୟ ସଂଶୋଧନ କରାଯିବ । ଏହି ବିଲ୍ ସରକାରଙ୍କୁ ଜାତୀୟ ସୁରକ୍ଷା କାରଣରୁ କୌଣସି ଟେଲିକମ୍ ସେବା କିମ୍ବା ନେଟୱାର୍କକୁ ଗ୍ରହଣ, ପରିଚାଳନା କିମ୍ବା ସ୍ଥଗିତ ରଖିବାକୁ ଅନୁମତି ଦେଇଥାଏ । ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ସରକାର ଟେଲିକମ୍ ନେଟୱାର୍କରେ ବାର୍ତ୍ତା ଅଟକାଇବାରେ ସକ୍ଷମ ହେବେ । ଏହି ବିଲରେ ନକଲି ସିମ୍ କିଣିବା ପାଇଁ ତିନି ବର୍ଷ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ରହିଛି ।

Leave a Reply