ଅଯୋଦ୍ଧାରୁ ଆସିଥିବା ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ

ଗୁଣପୁର: ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସକୁ ଗୁଣପୁରରେ ଏକ ଅଧ୍ୟାତ୍ମିକ ପରିବେଷ ମଧ୍ୟରେ ଭବ୍ୟ ସ୍ୱାଗତ କରାଯାଇଥିଲ।। ଅଭିମନ୍ତ୍ରୀତ ଅକ୍ଷତ କଳସକୁ ଗୁଣପୁର ଭେଙ୍କେଟେଶ୍ୱର ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚନା କରାଯାଇଥିଲା । ନଳିନି ମହାନ୍ତିଙ୍କ ତତ୍ୱାବଧାନରେ ପୂଜାର୍ଚନା କରାଯିବା ପରେ ଅକ୍ଷତ କଳସକୁ ଏକ ଶୋଭାଯ।।ତ୍ରାରେ ସହର ପରିକ୍ରମା କରାଯାଇଥିଲା । ସହରପରିକ୍ରମା ସମୟରେ ବିଭିନ୍ନ ଚ୍ଥକରେ ମହିଳାମାନେ ଧୁପ,ଦୀପ ,ପୁଷ୍ପ ଦେଇ ସ୍ୱାଗତ କରିଥିଲେ । ନାମ ସଂକିର୍ତ୍ତନ ଓ ଶ୍ରୀରାମ ନାମ ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲ।। ଅକ୍ଷତ କଳସକୁ ସହର ପରିକ୍ରମା କରାଯାଇ ସ୍ଥାନୀୟ ଜେନପେଟାସ୍ଥିତ ରାମ ମନ୍ଦିରରେ ରଖାଯାଇଥିଲା । ଆଗିମି ଦିନରେ ନଗର ଓ ଗ୍ରାମାଞ୍ଚଳରେ ଅକ୍ଷତ କଳସକୁ ଘରେ ଘରେ କିଭଳି ପହଞ୍ଚାଯାଇପାରିବ ଏହାକୁ ନେଇ ଆଲୋଚନା ହୋଇଥିଲା । ସଂଯୋଜକ ସାରଙ୍ଗ ନାଗବଂଶ, ସହ ସଂଯୋଜକ ଗୋପାଳଦେବ ପାତ୍ର,ଊମା ଶଙ୍କର ଦାସ, ଦିଲିପ କୁମାର ପଣ୍ଡା, ଶ୍ର୍ରୀନିବାସ ସ୍ୱାଇଁ,ପ୍ରଫୁଲ୍ଲ ଶତପଥି, ଲାଡି ଶେôଶ,ବି, ଗଜପତି ରାଓ ବାଳ ଗୋପାଳ ପାଢୀଙ୍କ ସମେତ ଆଦିତ୍ୟ ବାହିନି, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅଦୈତ୍ୟ ବେଦାନ୍ତ ଆଶ୍ରମ, ରାମ ମନିର ଓ ଭେଙ୍କେଟେଶ୍ୱର ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲ

Leave a Reply

Your email address will not be published. Required fields are marked *