Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଲାଙ୍କ ପାଇଁ ହେବ ଅପାର କାର୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଲାଙ୍କ ପାଇଁ ହେବ ଅପାର କାର୍ଡ

ନୂଆଦିଲ୍ଲୀ : ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର ଦରକାର ପଡୁଛି । ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ ପାଇଁ କରିବାକୁ ଯାଉଛନ୍ତି । ଯାହା ଭବିଷ୍ୟତରେ ସେମାନଙ୍କ ସ୍କୁଲ ପାଠପଢା ସହ କଲେଜ ଆଡମିଶନ ଓ ଚାକିରି ଖୋଜିବାରେ ସହାୟତା କରିବ । ଏହାର ନାଁ ରହିଛି ‘ଅପାର ଆଇଡି କାର୍ଡ’ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବାକୁ ଥିବା ‘ଅପାର ଆଇଡି କାର୍ଡ’ଦେଶର ସବୁ ସ୍କୁଲ ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ହେବ । ଏହାକୁ ଗୋଟିଏ ରାଷ୍ଟ୍ର, ଗୋଟିଏ ବିଦ୍ୟାର୍ଥୀ କାର୍ଡ ମଧ୍ୟ କୁହାଯାଉଛି । ସରକାର ଯେଉଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଣିଛନ୍ତି ସେହି ହିସାବରେ ଅପାର କାର୍ଡ ତିଆରି କରାଯାଉଛି । ଅପାର କାର୍ଡର ପୁରା ନଁ ହେଉଛି ‘ଅଟୋମେଟେଡ ପର୍ମାନେଣ୍ଟ ଆକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’ । ଏହାର ଅର୍ଥ ସରକାର ଛାତ୍ରଙ୍କୁ ଏପରି ୧୨ ଅଙ୍କର ଏକ ଆଇଡି କାର୍ଡ କରିବେ ଯାହା ସେମାନଙ୍କ ପିଲାଦିନର ପାଠ ପଢାରୁ ଆରମ୍ଭ କରି ପାଠପଢା ଶେଷ ପର୍ଯ୍ୟନ୍ତ ରହିବ । ଛାତ୍ରୀଛାତ୍ର ସ୍କୁଲ ପରିବର୍ତ୍ତନ କଲେ ମଧ୍ୟ ଅପାର ଆଇଡି କାର୍ଡରେ କୌଣସି ପରିବର୍ତ୍ତନ ହେବନି । ଏହା ଆଧାରକାର୍ଡ ଠାରୁ ଅଲଗା ହେବ ଓ ପରସ୍ପର ସହ ଲିଙ୍କ ରହିବ । ଏଥିରେ ଛାତ୍ରଙ୍କ ସମସ୍ତ ସୂଚନା ପ୍ରତିଥର ଅପଡେଟ ରହିବ । ଏଥିପାଇଁ ସରକାର ‘ଆକାଡେମିକ ବ୍ୟାଙ୍କ ଅଫ କ୍ରେଡିଟସ’ସ ଲଞ୍ଚ କରିଛନ୍ତି । ଏହା ଶୈକ୍ଷିକ ରେଜିଷ୍ଟ୍ରି ରୂପେ କାମ କରିବ । ଏହାକୁ ଡିଜିଲକର ଭଳି ଏଡୁଲକର ମଧ୍ୟ କହିହେବ । ‘ଅପାର କାର୍ଡ’ ଦ୍ୱାରା ଜଣେ ଛାତ୍ରୀଛାତ୍ରୀଙ୍କ ସବୁ ପ୍ରକାର ସୂଚସୂ ଡିଜିଟାଲି ଷ୍ଟୋର ରହିବ । ଉଦାହରଣ ସ୍ୱରପ ପିଲା କେଉଁଥିରେ ପଢୁଛି, କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, ତାଙ୍କୁ କେଉଁ ସବୁ ପୁରସ୍କାର ମିଳିଛି, ତାଙ୍କ ପାଖରେ କେଉଁ କେଉଁ ଡିଗ୍ରି ଅଛି, ତାଙ୍କୁ ସ୍କଲାରଶିପ ମିଳିଛି କି ନାହିଁ, ଯଦି ମିଳିଛି ତେବେ କେତେ ଓ କେବେଠାରୁ କେଉଁ ପର୍ଯ୍ୟନ୍ତ ସ୍କଲାରଶିପ ପାଇଛନ୍ତି, ତାଙ୍କୁ କେଉଁ ଶ୍ରେଣୀରେ କେତେ ମାର୍କ ମିଳିଥିଲା ଆଦି ସୂଚନା ଡିଜିଟାଲ ଭାବରେ ଏହି କାର୍ଡରେ ରହିବ । ଅପାର କାର୍ଡ କରିବା ପାଇଁ ଛାତ୍ରୀଛାତ୍ରଙ୍କର ଏକ ବୈଧ ଆଧାର କାର୍ଡ ଆବଶ୍ୟକ । ସେହିପରି ଡିଜି ଲକରରେ ତାଙ୍କର ଆକାଉଣ୍ଟ ଥିବା ଜରୁରି । ଏଥିରେ ଛାତ୍ରୀଛାତ୍ରଙ୍କ ଇ-କେୱାସି କରାଯିବ । ଛାତ୍ରୀଛାତ୍ରଙ୍କୁ ଅପାର କାର୍ଡ ତାଙ୍କ ସ୍କୁଲ କିମ୍ବା କଲେଜ ପ୍ରଦାନ କରିବେ । ଏଥିଲାଗି ତାଙ୍କ ମାତାପିତାଙ୍କ ସହମତିରେ ରେଜିଷ୍ଟ୍ରେସନ ହେବ ।

Leave a Reply