Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ’

ନୂଆଦିଲ୍ଲୀ: ଭାରତ ୨୦୩୦ ସୁଦ୍ଧା ଦୁନିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ । ଆର୍ôଥକ ବର୍ଷ ୨୦୨୬-୨୭ରେ ଦେଶର ଜିଡିପି ବୃଦ୍ଧି ସାତ ପ୍ରତିଶତ ଯାଏ ପହଞ୍ଚିବା ଅନୁମାନ ରହିଛି । ଏସଆଣ୍ଡପି ଗ୍ଲୋବାଲ ରେଟିଂ ମଙ୍ଗଳବାର ଏହା କହିଛି । ଗ୍ଲୋବାଲ୍ କ୍ରେଡିଟ୍ ଆଉଟଲୁକ୍ ୨୦୨୪ରେ ଏସଆଣ୍ଡପି ୨୦୨୪ ମାର୍ଚ୍ଚ ଯାଏ ଆର୍ôଥକ ବର୍ଷରେ ୬.୪ ପ୍ରତିଶତ ଜିଡିପି ବୃଦ୍ଧି ଅନୁମାନ କରାଯାଇଛି । ପୂର୍ବ ଆର୍ôଥକ ବର୍ଷରେ ଏହା ୭.୨ ପ୍ରତିଶତ ଥିଲା । ରେଟିଂ ଏଜେନ୍ସି ଅନୁସାରେ ବୃଦ୍ଧି ହାର ଆସନ୍ତା ଆର୍ôଥକ ବର୍ଷ ୨୦୨୪-୨୫ରେ ୬.୯ ପ୍ରତିଶତରେ ପହଞ୍ଚିବା ପୂର୍ବରୁ ୬.୪ ପ୍ରତିଶତରେ ସ୍ଥିର ହୋଇ ରହିବ । ୨୦୨୬-୨୭ରେ ସାତ ପ୍ରତିଶତରେ ପହଞ୍ଚିବ । ଏଜେନ୍ସି କହିଛି, ‘ଆମେ ଆର୍ôଥକ ବର୍ଷ ୨୦୨୬-୨୭ରେ ଭାରତର ବୃଦ୍ଧି ସାତ ପ୍ରତିଶତ ଯାଏ ପହଞ୍ଚିବ । ଭାରତ ୨୦୩୦ ସୁଦ୍ଧା ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ପାଲଟିବ । ଏହାସହ ଆଗାମୀ ତିନି ବର୍ଷରେ ସବୁଠୁ ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ରହିବ’ । ବର୍ତ୍ତମାନ ସମୟରେ ଆମେରିକା, ଚୀନ, ଜର୍ମାନୀ ଓ ଜାପାନ ପରେ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ।

Leave a Reply