Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ପାକିସ୍ତାନକୁ ବନ୍ଦ କରାଯାଉ ସୈନ୍ୟ ସହାୟତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ପାକିସ୍ତାନକୁ ବନ୍ଦ କରାଯାଉ ସୈନ୍ୟ ସହାୟତା

’ ନୂଆଦିଲ୍ଲୀ: ପାକିସ୍ତାନକୁ ତୁରନ୍ତ ସୈନ୍ୟ ସହାୟତା ବନ୍ଦ କରାଯାଉ । ଏଭଳି କିଛି ଅପିଲ୍ କରି ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ଙ୍କୁ ଚିଠି ଲେଖିଛନ୍ତି ଆମେରିକାର ୧୧ ସାଂସଦ । ସେମାନେ ପାକିସ୍ତାନର କାରନାମା ଏବଂ ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କା କରି ଏଭଳି ଅପିଲ୍ କରିଛନ୍ତି । ସୂଚନାଥାଉକି, ଇମରାନ ଖାନଙ୍କୁ ହଟାଇବା ପରେ ପାକିସ୍ତାନରେ ଶହବାଜ ସରିଫ ସରକାର ଆସିଥିଲା । ଆଉ ଏହାପରେ ବର୍ତ୍ତମାନ କାମଚଳା ସରକାର ରହିଛି । ଖୁବଶୀଘ୍ର ପାକିସ୍ତାନରେ ନିର୍ବାଚନ ହେବ । ଏହି ସାଂସଦମାନେ କହିଛନ୍ତି ପାକିସ୍ତାନରେ ଯେ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁଯାୟୀ ନିରପେକ୍ଷ ନିର୍ବାଚନ ସମ୍ପନ୍ନ ହୋଇନାହିଁ ଏବଂ ଏକ ସ୍ଥାୟୀ ସରକାର ଗଠନ ହୋଇନାହିଁ ସେପର୍ଯ୍ୟନ୍ତ ସହାୟତା ଦେବା ଠିକ୍ ହେବ ନାହିଁ । ଆହୁରି ମଧ୍ୟ ଏହି ସାଂସଦମାନେ ଆମେରିକାରୁ ମିଳୁଥିବା ସହାୟତାର ଭୁଲ ବ୍ୟବହାର ହେଉଥିବା ଆଶଙ୍କା ଜାହିର କରିଛନ୍ତି । ଏହା ବ୍ୟତୀତ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ଧର୍ମନିନ୍ଦା ଉପରେ କଡ଼ା ଆଇନ ଉପରେ ମଧ୍ୟ ସାଂସଦମାନେ ଆପତ୍ତି ଜାହିର କରିଛନ୍ତି । ଆହୁରି ମଧ୍ୟ ସାଂସଦମାନେ କହିଛନ୍ତି, ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କରିବା ପାଇଁ ପାକିସ୍ତାନରେ ଧର୍ମନିନ୍ଦା ଆଇନ କଡ଼ା କରାଯାଇଛି । ପାକିସ୍ତାନରେ ୨୦୨୩ରେ ପାସ୍ ହୋଇଥିବା ଅପରାଧିକ ଆଇନ୍ (ସଂଶୋଧନ) ବିଲ୍ ଉପରେ କଡ଼ା ଆପତ୍ତି ରହିଛି । ଏଥିରେ ଧର୍ମୀୟଭାବନାକୁ ନିନ୍ଦା ଆଇନ ମଧ୍ୟ ଆସୁଛି । ପୂର୍ବରୁ ମଧ୍ୟ ଏହାର ବ୍ୟବହାର ଅଳ୍ପସଂଖ୍ୟଙ୍କ ବିରୋଧରେ ହୋଇଛି । ଏବେ ଏହି ବିଧେୟକ ଉପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ହୋଇନାହଁ । ଚିଠିରେ ଅଗଷ୍ଟ ୧୬ର ଘଟଣା କଥା କୁହାଯାଇଛି । ଯେଉଁଥିରେ ଭିଡ଼ ଚର୍ଚ୍ଚରେ ନିଆଁ ଲଗାଇଦେଇଥିଲେ । ଏହା ବ୍ୟତୀତ ଗିଲଗିତ ବାଲିସ୍ତାନରେ ଶିୟା ସମୁଦାୟର ଲୋକ ମଧ୍ୟ ଏହି ବିଲ୍‌ର ବିରୋଧ କରିଛନ୍ତି । ସାଂସଦମାନେ କହିଛନ୍ତି ଯଦି ଏହି ବିଲ୍ ଆଇନ୍‌ରେ ପାରିତ ହେଉଛି, ତେବେ ପାକିସ୍ତାନରେ ଧାର୍ମିକ ସ୍ୱତନ୍ତ୍ରତା ଶେଷ ହୋଇଯିବ ।

Leave a Reply