Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ଦିବସ ପାଳିତ

ନୀଳଗିରି : ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀକୁ ସମଗ୍ର ଦେଶରେ ଶିଶୁ ଦିବସ ଭାବେ ପାଳନ କରାଯାଇ ଆସୁଅଛି । ପ୍ରତି ବର୍ଷ ନଭେମ୍ବର ୧୪ ତାରିଖରେ ପଣ୍ଡିତ ନେହେରୁଙ୍କ ଜନ୍ମ ଦିବସକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ଶିଶୁ ମାନେ ପାଳନ କରିଥାନ୍ତି । ନେହେରୁଙ୍କ ଜୀବଦଶା ମଧ୍ୟରେ ଶିଶୁ ମାନଙ୍କ ସହିତ ତାଙ୍କର ଏକ ଅନବଦ୍ୟ ଆକର୍ଷଣ ଓ ଭଲ ପାଇବା ଥିଲା । ଯାହାକୁ ପିଲାମାନେ ତାଙ୍କର ଜନ୍ମ ଦିବସ ରେ ସ୍ମୃତି ଚାରଣ କରିବା ସହିତ ନିଜ ନିଜର ଭବିଷ୍ୟତ ଉଜ୍ଜଳ କରିବା ପାଇଁ ପ୍ରେରଣା ପାଇଥାନ୍ତି । ସେହି କ୍ରମରେ ନିଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ, କୁନି କୁନି ପିଲାଙ୍କୁ ନେଇ ଶିଶୁ ଦିବସ ପାଳନ କରାଯାଇଛି । ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାଷ୍କର ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ପ୍ରଦୀପ କୁମାର ବେହେରା, ଯୋଗଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ କୁନି କୁନି ପିଲାଙ୍କୁ ଅବଗତ କରାଇଥିଲେ । ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ, ବରିଷ୍ଟ ଆଚାଜ୍ୟ ଭଗବାନ ବର୍ଦ୍ଧନ ଉପସ୍ଥିତ ଥିଲା ବେଳେ, ବନଜା ମହାପାତ୍ର ଅଥିତି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁ ମା, ସମର୍ପିତା କାନୁନଗୋ ମଞ୍ଚ ପରିଚାଳନା କରିଥିଲାବେଳେ, ମହେନ୍ଦ୍ର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ପକ୍ଷରେ କୁନି କୁନି ପିଲାମାନେ ଘରୁ ଆଣିଥିବା ବିଭିନ୍ନ ପ୍ରକାର ଛୋଟ ଗଛକୁ ବଗିଚାରେ ରୋପଣ କରିଥିଲେ ।

Leave a Reply