Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମାତ୍ର ୬୦ ଟଙ୍କାରେ ମିଳିବ ‘ଭାରତ ଡାଲି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମାତ୍ର ୬୦ ଟଙ୍କାରେ ମିଳିବ ‘ଭାରତ ଡାଲି’

ନୂଆଦିଲ୍ଲୀ : ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି । ଜୁଲାଇରୁ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଛି । ଗ୍ରାହକ ମୂଲ୍ୟ ସୂଚକାଙ୍କ ୪.୮୭ପ୍ରତିଶତକୁ ଖସି ଆସିଛି । ଏହାପୂର୍ବରୁ ସେପ୍େଟମ୍ବରରେ ଏହା ୫.୦୨ ପ୍ରତିଶତ ଥିଲା । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନିରନ୍ତର ଅନେକ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଭାରତ ଡାଲି ବିକ୍ରୟ । ମୁଦ୍ରାସ୍ଫୀତିରେ ଅସୁବିଧା ଭୋଗୁଥିବା ସାଧାରଣ ଜନତାଙ୍କୁ ଆରାମ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଜୁଲାଇ ୨୦୨୩ ରୁ ଚଣା ଡାଲି ବିକ୍ରି ଆରମ୍ଭ କରିଥିଲେ । ଏହାକୁ ‘ଭାରତ ଡାଲି’ ନାମରେ ବିକ୍ରି କରାଯାଉଛି । ଏହି ଡାଲିକୁ ନାଫେଡ, ଏନସିସିଏଫ, କେନ୍ଦ୍ରିୟ ଭଣ୍ଡାର ଏବଂ ସଫଲ ମାଧ୍ୟମରେ ବିକ୍ରି କରାଯାଉଛି । ଏହା ପୂର୍ବରୁ ଅଟା ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ମୋଦି ସରକାର ଶସ୍ତା ଦାମରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅଟାକୁ ଭରତ ବ୍ରାଣ୍ଡ ନାମରେ ବିକ୍ରି କରାଯିବ ଏବଂ ଏହାର ନାମ ‘ଭାରତ ଅଟା’ ରଖାଯାଇଛି । କେନ୍ଦ୍ର ସରକାର କିଲୋଗ୍ରାମ ପିଛା ୨୭.୫୦ ଟଙ୍କା ମୂଲ୍ୟରେ ‘ଭାରତ ଅଟା’ ବିକ୍ରି କରୁଛନ୍ତି । ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଟା ନାଫେଡ, ଏନସିସିଏଫ ଏବଂ କେନ୍ଦ୍ରିୟ ଭଣ୍ଡାରର ୨,୦୦୦ରୁ ଅଧିକ କେନ୍ଦ୍ର ମାଧ୍ୟମରେ ବିକ୍ରି ହେବ । ଏହା ବ୍ୟତୀତ ଏହି ଅଟା ସାରା ଦେଶରେ ୮୦୦ ମୋବାଇଲ ଭ୍ୟାନ ମାଧ୍ୟମରେ ବିକ୍ରି ହେବ । ସୂଚନାଯୋଗ୍ୟ, ଦେଶରେ ଡାଲିର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଚଣା ଡାଲି, ଟୁର ଡାଲି, ମୁଗ ଡାଲି, ହରଡ ଡାଲି ଏବଂ ମସୁର ଡାଲି ଷ୍ଟକକୁ ନିଜ ପାଖରେ ରଖିଛନ୍ତି । ଯେତେବେଳେ ବଜାରରେ ଡାଲିର ମୂଲ୍ୟ ବୃଦ୍ଧି ହୁଏ, ସରକାର ଏହି ଷ୍ଟକ ମୁକ୍ତ କରନ୍ତି । ଘରୋଇ ବଜାରରେ ଡାଲିର ଉପଲବ୍ଧତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ତୁର ଏବଂ ମସୁର ଡାଲି ଆମଦାନୀକୁ ମାଗଣା ବର୍ଗରେ ରଖିଛନ୍ତି । ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ପ୍ରଯୁଜ୍ୟ । ଏଥିସହିତ ମସୁର ଆମଦାନୀ ଶୁଳ୍କ ମଧ୍ୟ ହ୍ରାସ କରାଯାଇଛି । ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ସରକାର ମୂଲ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ା

Leave a Reply