Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁମନ୍ଦିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁମନ୍ଦିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କୁଅଁରପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ରେ ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି.ଏଥିରେ ମୁଖ୍ୟଅତିଥି ଡକ୍ଟର ହରିହର ଛାଟୋଇ ଯୋଗଦେଇ ପିଲାମାନେ ହେଉଛନ୍ତି ଈଶ୍ୱରଙ୍କ ଅବତାର ଏବଂ ସେମାନଙ୍କ ଠାରେ ଅସରନ୍ତି ଅନ୍ତର୍ନିହିତ ପ୍ରତିଭା ରହିଛି ବୋଲି ମତବ୍ୟକ୍ତ କରିଥିଲେ. ସେମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବା ଏବଂ ସୁନାଗରିକ ଭାବେ ଗଢି ତୋଳିବାରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥି ମତ ପ୍ରକାଶ କରିଥିଲେ. ଏହି ଅବସରରେ ବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା ଅଂଶଗ୍ରହମ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା.ସରସ୍ୱତୀ ଶିଶୁମନ୍ଦିର ପ୍ରଧାନଆଚାର୍ଯ୍ୟ ଭୀମସେନ ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୁରୁଜୀ ଦିବାକର ପ୍ରଧାନ, ପ୍ରଦୀପ୍ତ ମିଶ୍ର, ପ୍ରଦୀପ୍ତ ବେହେରା, ଗୁରୁମା ଗୀତାଞ୍ଜଳି ମହାନ୍ତି, ମମତା ଶତପଥୀ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply