Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୪ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୪ ବାଂଲାଦେଶୀ ଅନୁପ୍ରବେଶକାରୀ ଗିରଫ


ଅଗରତାଲା: ରବିବାର ତ୍ରିପୁରା ପୁଲିସ ୧୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି । ତ୍ରିପୁରା ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିଲେ । ଚାରି ଦିନ ପୂର୍ବେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ୨୫ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରିଥିଲା । ତ୍ରିପୁରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଚାରିଜଣ ମହିଳା ଏବଂ ଚାରି ପିଲାଙ୍କ ସମେତ ୧୪ ଜଣ ବ୍ୟକ୍ତି ଦକ୍ଷିଣ ତ୍ରିପୁରା ସୀମାନ୍ତରେ ଥିବା ସବରୁମ ନାମକ ଗାଁରେ ଏକ ଘରେ ଲୁଚିକି ଥିଲେ । ଶନିବାର ଦିନ ବାଂଲାଦେଶୀ ନାଗରିକମାନେ ଦକ୍ଷିଣ ତ୍ରିପୁରାରେ ବେଆଇନ ଭାବେ ପ୍ରବେଶ କରିଥିଲେ ଏବଂ ଜଣେ ଭାରତୀୟ ନାଗରିକଙ୍କ ଘରେ ରହିଥିଲେ । ବାଂଲାଦେଶୀ ନାଗରିକ ପୁଲିସକୁ କହିଥିଲେ ଯେ ସେମାନେ ଚାକିରି ଖୋଜିବା ପାଇଁ ବେଙ୍ଗାଲୁରୁ ଯିବାକୁ ଚେଷ୍ଟା କରୁଥିଲେ । ଏହାକୁ ନେଇ ପୁଲିସ କହିଛି ଯେ ଗିରଫ ବାଂଲାଦେଶୀଙ୍କ ଦାବିକୁ ଆମେ ଅନୁସନ୍ଧାନ କରୁଛୁ । ଏହି କ୍ରମରେ ପୁଲିସ ଶନିବାର ରାତିରେ ଘରର ମାଲିକଙ୍କ ସମେତ ଦୁଇ ଜଣ ଭାରତୀୟଙ୍କୁ ମଧ୍ୟ ଗିରଫ କରିଥିଲା । ଏହାପୂର୍ବରୁ ଆସାମ ପୁଲିସ ସହ ଏନଆଇଏ ନଭେମ୍ବର ୮ରେ ତ୍ରିପୁରାରୁ ୨୫ ଜଣଙ୍କ ସହ ଆସାମରୁ ୨୧ ଜଣଙ୍କୁ ଗିରଫ କରିଥିଲା । ଗିରଫ ବ୍ୟକ୍ତିମାନଙ୍କୁ ଏବେ ପଚରାଉଚରା କରାଯାଉଛି

Leave a Reply