Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବେ ବି ଶଗଡ ବଂଚିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବେ ବି ଶଗଡ ବଂଚିଛି

ପୁରୀ: ଆଧୁନିକ ଯୁଗରେ ଲୋକେ ଯନ୍ତ୍ରଚାଳିତ ଯାନବାହନ ଉପରେ ନିର୍ଭରଶୀଳ ହୋଇଗଲେଣି । ପରିବେଶ ପ୍ରଦୂଷଣ ରୋକିବାକୁ ଇ-ବାଇକ୍ ମଧ୍ୟ ପ୍ରଚଳନ ହେଲାଣି । ପାରମ୍ପରିକ ଶଗଡ଼ ଗାଡ଼ି ଆଉ ଅନେକ ଦଶନ୍ଧୀ ହେଲା ପରିବହନର ମାଧ୍ୟମ ହୋଇ ନାହିଁ । କାଁ ଭାଁ କେଉଁଠି ଶଗଡ଼ ଗାଡିଟିଏ ଦେଖିବାକୁ ମିଳୁଛି । କିନ୍ତୁ ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକ୍ ଅଞ୍ଚଳର ପିଳିପିଳା ଗାଁ ଲୋକେ ଆଜି ମଧ୍ୟ ସେହି ପାରମ୍ପରିକ ଶଗଡ଼ ରଖିଛନ୍ତି । ପ୍ରତି ବର୍ଷ ଭଳି ଆଜି ଗାଁର ୧୫ରୁ ଅଧିକ ସୁସଜ୍ଜିତ ଶଗଡ଼ ପୁରୀସାତପଡ଼ା ଜାତୀୟ ରାଜପଥରେ ଦେଖିବାକୁ ମିଳିଥିଲା । ଶଗଡ଼କୁ ସଜ୍ଜିତ କରିବା ସହିତ ବଳଦକୁ ମଧ୍ୟ ସଜାଇଥିଲେ । ଶଗଡରେ ସମସ୍ତ ଜିନିଷ ଲଦି ପୁରୀ–ସାତପଡା ରାଜପଥ ଦେଇ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦାସ୍ଥିତ ପ୍ରସିଦ୍ଧ ଶୈବ ପୀଠ ହରିସହଦେବଙ୍କ ମନ୍ଦିରକୁ ଶଗଡ଼ିଆମାନେ ଯାତ୍ରା କରିଥିଲେ । ବିଶ୍ୱାସ ରହିଛି ଗୋମାତାଙ୍କ ରକ୍ଷକ ହେଉଛନ୍ତି ହରିସହଦେବ । ବ୍ରହ୍ମଗିରି, କୃଷ୍ଣପ୍ରସାଦ ଓ ପୁରୀ ସଦର ବ୍ଲକ୍‌ର ଲୋକେ ମହାପ୍ରଭୁଙ୍କ ମନ୍ଦିରକୁ ପୂଜା କରିବାକୁ ଆସିଥାନ୍ତି । ବିଶେଷକରି ଚୂଡାଘଷା ଭୋଗ ହୋଇଥାଏ । ଆଜି ସକାଳୁ ଶଗଡ ନେଇ ପିଳିପିଳା ଗାଁ ଲୋକେ ମନ୍ଦିରକୁ ବାହାରି ମଧ୍ୟ୍ୟାହ୍ନରେ ପହଞ୍ଚିଥିଲେ । ସେଠାରେ ଆଜି ରହଣି ପରେ ଆସନ୍ତାକାଲି ସକାଳୁ ପୁଣି ଥରେ ଗାଁକୁ ଫେରିଯିବେ ବୋଲି ଜଣାପଡିଛି । ଏକ ପଟୁଆରରେ ଯାଉଥିବା ଶଗଡ଼କୁ ଆଜି ରାଜପଥରେ ଯିଏ ଦେଖିଲା ଘଡିଏ ଅଟକି ରହୁଥିଲା । ଏମିତିକି ଚିଲିକା ବୁଲିବାକୁ ଯାଉଥିବା ପର୍ଯ୍ୟଟକ ମଧ୍ୟ ଗାଡି ଅଟକାଇ ଶଗଡର ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା ।

Leave a Reply