Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଋଷୀୟ ପ୍ରତିରକ୍ଷା ମିସାଇଲ ସିଷ୍ଟମ ଏସ-୪୦୦ର ନାମ ସୁଦର୍ଶନ ରଖିଲା ବାୟୁସେନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଋଷୀୟ ପ୍ରତିରକ୍ଷା ମିସାଇଲ ସିଷ୍ଟମ ଏସ-୪୦୦ର ନାମ ସୁଦର୍ଶନ ରଖିଲା ବାୟୁସେନା

ନୂଆଦିଲ୍ଲୀ : ଋଷୀୟ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଏସ-୪୦୦ର ନାମ ଭାରତୀୟ ବାୟୁ ସେନା ପକ୍ଷରୁ ଭଗବାନ କୃଷ୍ଣଙ୍କ ଅସ୍ତ୍ର ସୁଦର୍ଶନ ଚକ୍ର ନାମରେ ସୁଦର୍ଶନ ରଖାଯାଇଛି । ଏବେ ସୁଦ୍ଧା ୩ ସ୍କ୍ୱାଡ୍ରନ ଭାରତ ଆସିସାରିଛି । ଅନ୍ୟ ଦୁଇଟି ୨୦୨୪ ସୁଦ୍ଧା ଭାରତ ଆସିବାର ଯୋଜନା ରହିଛି । ତେବେ ବାୟୁସେନା ପ୍ରଥମ ଥର ଭାରତୀୟ ସେନା ସହ ଚୀନ ସୀମାନ୍ତର ଉତ୍ତର-ପୂର୍ବ କ୍ଷେତ୍ରରେ ହୋଇଥିବା ‘ଆକାଶ ପୂର୍ବୀ’ ଅଭ୍ୟାସରେ ଏସ-୪୦୦କୁ ସାମିଲ କରିଛି । ଅନ୍ୟପଟେ ଋଷୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ୟ ଦୁଇଟି ଏସ-୪୦୦ ଭାରତ ଆସିବାରେ ବିଳମ୍ବ ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଭାରତ ନିଜେ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏସ-୪୦୦ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଚୀନ ଓ ପାକିସ୍ତାନର ବିପଦକୁ ଦେଖି ଭାରତକୁ ଶକ୍ତିଶାଳୀ ଋଷୀୟ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ର ଆବଶ୍ୟକତା ରହିଥିଲା । ଏଥିପାଇଁ ପୂର୍ବ ବାୟୁସେନା ପ୍ରମୁଖ ଚିଫ୍ ମାର୍ଶଲ ଆରକେଏସ ଭଦୋରିୟାଙ୍କ କାର୍ଯ୍ୟକାଳରେ ଭାରତ-ଋଷ ମଧ୍ୟରେ ୫ଟି ସ୍କ୍ୱାଡ୍ରନ ଏସ-୪୦୦ ମିସାଇଲ ସିଷ୍ଟମ ପାଇଁ ୩୫ହଜାର କୋଟିର ବୁଝାମଣା ହୋଇଥିଲା

Leave a Reply