Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁଙ୍କ ବିରୋଧରେ କହି ବନ୍ଧା ହେଲେ କଂଗ୍ରେସ ବିଧାୟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁଙ୍କ ବିରୋଧରେ କହି ବନ୍ଧା ହେଲେ କଂଗ୍ରେସ ବିଧାୟକ


ଗୌହାଟୀ: ଆସାମର କଂଗ୍ରେସ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲାଙ୍କୁ ଆଜି ସକାଳୁ ସକାଳୁ ଗିରଫ କରିଛି ପୁଲିସ୍ । ସେ ହିନ୍ଦୁ ସଂପ୍ରଦାୟ ଓ ପୂଜକଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ କରିଥିଲେ । ଏଥିପାଇଁ ତାଙ୍କ ନାଁରେ ପୁଲିସ୍ ମାମଲା ରୁଜୁ କରିଥିଲା । ଏହାକୁ ଆଧାର କରି ଆଜି ସକାଳୁ ତାଙ୍କୁ ଅନ୍ୟତମ ବିଧାୟକ ୱାଜେଦ ଅଲୀ ଚୌଧୁରୀଙ୍କ ଗୁହାଟୀ ସ୍ଥିତି ବାସଭବନରୁ ପୁଲିସ୍ ଗିରଫ କରିଛି । ଗିରଫ ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଅଫତାବ କହିଥିଲେ ଯେ “ଯେଉଁଠି ବି ହିନ୍ଦୁ ଅଛନ୍ତି, ସେଠାରେ ସବୁ ପ୍ରକାର ଭୁଲ କାମ ଚାଲିଛି । ମନ୍ଦିରର ପୂଜକ ଓ ନାମଘରର କେୟାର ଟେକରମାନେ ହେଉଛନ୍ତି ଦୁଷ୍କର୍ମକାରୀ ।” ନଭେମ୍ବର ୪ରେ ଗୋଲପଡ଼ା ଜିଲ୍ଲାରେ ଆୟୋଜିତ ଏକ ସର୍ବସାଧାରଣ ସଭାରେ ସେ ଏପରି ବୟାନ ଦେଇଥିଲେ । କିଛି ସଂଗଠନ ଦିସପୁର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏଫଆଇଆର ଦେଇଥିଲେ । ପୁଲିସ୍ ଏହି ଅଭିଯୋଗ ଆଧାରରେ ଅଫତାବଙ୍କ ବିରୋଧରେ ଆଇପିସିର ଧାରା ୨୯୬(ଏ), ୧୫୩ଏ(୧)(ବି) ଓ ୫୦୫(୨)ରେ ମାମଲା କରିଥିଲା । ପୁଲିସ କହିଛି ଯେ ଗିରଫ କଂଗ୍ରେସ ନେତା ଜଣଙ୍କ ହେଲେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର କାର୍ଯ୍ୟରତ ବିଧାୟକ ଅଫତାବ ଉଦ୍ଦିନ ମୋଲ୍ଲା । ସେ ନିଜର ବୟାନ ମାଧ୍ୟମରେ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି । ସମାଜରେ ପ୍ରତିଷ୍ଠିତ ଭାଇଚାରାକୁ ସେ ଆଘାତ ଦେଇଛନ୍ତି । ତେଣୁ ତାଙ୍କୁ ଗିରଫ କରାଯାଇଛ

Leave a Reply