Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନେପାଳ ପାଇଁ ଭାରତ ପଠାଇଲା ରିଲିଫ ସାମଗ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନେପାଳ ପାଇଁ ଭାରତ ପଠାଇଲା ରିଲିଫ ସାମଗ୍ରୀ

କାଠମାଣ୍ଡୁ : ଶୁକ୍ରବାର ନେପାଳରେ ଘଟିଥିବା ବଡ଼ ଧରଣର ଭୂକମ୍ପ ବିନାଶର କାରଣ ହୋଇଛି । ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ବହୁ ସଂଖ୍ୟକ ଲୋକ ବାସିହୀନ ହୋଇଗଲେ ଏବଂ ଏବେ ସେଠାରେ ଖାଦ୍ୟ, ଔଷଧ ଇତ୍ୟାଦି ଅଭାବ ଦେଖାଦେଇଛି । ଏଭଳି ପରିସ୍ଥିତିରେ ନେପାଳକୁ ସାହାଯ୍ୟ କରିବା ପାଇଁ ରବିବାର ନେପାଳଗୁଞ୍ଜରେ ପହଞ୍ଚିଥିବା ଭାରତୀୟ ବାୟୁସେନା ମାଧ୍ୟମରେ ଭାରତ ଦ୍ୱାରା ରିଲିଫ ସାମଗ୍ରୀର ପ୍ରଥମ ପରିବହନ ପଠାଯାଇଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ସି-୧୩୦ ବିମାନ ମାଧ୍ୟମରେ ନେପାଳକୁ ଭାରତ ପଠାଇଥିବା ୧୦କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ରିଲିଫ ସାମଗ୍ରୀର ପ୍ରଥମ ପରିବହନ ସାମଗ୍ରୀ ଗ୍ରହଣ କରାଯାଇଛି । ଏଥିରେ ଟେଣ୍ଟ, କମ୍ବଳ, ଟାରପଲିନ ସିଟ, ବେଡସିଟ, ଶୋଇବା ବ୍ୟାଗ ତଥା ଅତ୍ୟାବଶ୍ୟକ ଔଷଧ, ପୋର୍ଟେବଲ ଭେଣ୍ଟିଲେଟର ଏବଂ ଚିକିତ୍ସା ଉପକରଣ ଇତ୍ୟାଦି ଅନ୍ତର୍ଭୁକ୍ତ । ଦୂତାବାସ ବିବୃତ୍ତିରେ କୁହାଯାଇଛି, ଭାରତୀୟ ବାୟୁସେନା ବିମାନରେ ୧୧ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି । ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ଯୋଗାଇବା ପାଇଁ ପ୍ରୟାସ କରାଯାଇଛି । ଏଥିରେ କୁହାଯାଇଛି ଯେ ଭାରତ ସରକାରଙ୍କ ତରଫରୁ କର୍ଣ୍ଣାଲି ମୁଖ୍ୟମନ୍ତ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ପୂର୍ଣ୍ଣ ବାହାଦୂର ଖଡକାଙ୍କୁ ରିଲିଫ ସାମଗ୍ରୀ ହସ୍ତାନ୍ତର କରିଛନ୍ତି । ଆଗାମୀ ଦିନରେ ଆହୁରି ରିଲିଫ ସାମଗ୍ରୀ ଭାରତରୁ ଆସିବ ବୋଲି ଆଶା କରାଯାଉଛି ।

Leave a Reply